ବାହାଦୁରପେଟା:ଆଶା ପବ୍ଲିକ ସ୍କୁଲ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ବ୍ରହ୍ମପୁର,ବିଚିତ୍ର ସାହୁ : ଆଶା ପବ୍ଲିକ ସ୍କୁଲ ପକ୍ଷରୁ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l ସ୍କୁଲ ସମ୍ପାଦିକା ସେବତୀ ପାଢ଼ୀ ଅଧକ୍ଷତlରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଣ୍ଡିଆପଲ୍ଲୀ ର ଭାରତ ବିକାଶ ରୁରାଲ ଡେଭଲପମେଣ୍ଟ ର ସମାଜସେବୀ ସୁରେଶ ବେହେରା ଯୋଗ ଦେଇ ଉଦଘାଟନ କରିବା ସହ ଛାତ୍ର ଛାତ୍ରୀ ପାଠପଢ଼ା ସହ ଖେଳ କୁଦ କରିବା ଦ୍ୱାରା ଶାରୀରିକ, ମାନସିକ ସ୍ଥିତି ସୁସ୍ଥ ରହିବ ବୋଲି ସେ ବକ୍ତବ୍ୟ ଦେଇଥିଲେ l
କ୍ରୀଡା ଶିକ୍ଷକ ରମେଶ ମହାରଣା ଓ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ନାୟକ ଉପସ୍ଥିତ ରହି ଶିଶୁ ପ୍ରାରମ୍ଭ ଠାରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ବାର୍ଷିକ କ୍ରୀଡ଼ା ପରିଚାଳନା କରିଥିଲେ l ଏହି ଖେଳ ତା -16 /1/25 ଠାରୁ 18 /1/25ପଯ୍ୟନ୍ତ ତିନି ଦିନ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇସାରିଛି l ଏଥିରେ ପିଲାମାନେ ସୁଚାର ରୂପେ ପେରଡ଼ ମଧ୍ୟ କରିଥିଲେ l ପିଲାଙ୍କ ଖେଳ ୱାଟର ବଲ, 200 ମି ଦୌଡ, ବେଲୁନ ବୁଷ୍ଟିଙ୍ଗ,ଗଣିତ ଦୌଡ,ରିଙ୍ଗ ଚେଞ୍ଜୀ ଙ୍ଗ,ବେଲାନ୍ସ ଦୌଡ,ବେଙ୍ଗ ଡିଆଁ ,ମଲ୍ଟି ଟାସ୍କ,ଗ୍ଳାସ କଲେକ୍ସନ, ଭେଜି ଟେବୁଲ କଲେକ୍ସନ, ଲେର୍ଟର ସିଫ୍ଫଟିଙ୍ଗ, ବିସ୍କୁଟ ଇଟିଙ୍ଗ ଆଦି ଖେଳ ର ପ୍ରତିଯୋଗିତା ହୋଇଥିଲା l
କୃତି ପ୍ରତିଯୋଗୀ ଙ୍କୁ ଫେବୃଆରୀ 8 ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କାର ବିତରଣ କରାଯିବ l ଏଥିରେ ନରସିଂହ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଆଶା ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ l
