ସ୍ମୃତିରେ ଅମିୟବାଳା
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଶିଷ୍ଟ ସାରସ୍ୱତ ସାଧିକା,ଯଶସ୍ବିନୀ କବୟିତ୍ରୀ,ସୁଖ୍ୟାତା ଅନୁବାଦିକା ଅମିୟବାଳା ପଟ୍ଟନାୟକଙ୍କ ଦ୍ଵାଦଶାହ ସ୍ମୃତିସଭା ଅନୁଷ୍ଟିତ ହୋଇଯାଇଛି l ସ୍ମୃତିରେ ଅମିୟବାଳା ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହେଇଥିଲା l କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ସ୍ମରଣିକା ଅମିୟ ସ୍ମରଣେ ଉନ୍ମୋଚନ କରାଯାଇଥିଲା l ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଏଥିରେ ପୌରୋହିତ୍ୟ କରିଥିଲେ l ସାହିତ୍ୟ ସମାଜର ସଂପାଦକ ଡ. ଶରତ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଟିତ ସ୍ମୃତିସଭlରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା l ପ୍ରାରମ୍ଭରେ ଡ. କୁଳମଣି ଓଝା ଗୀତାପାଠ କରିବା ପୂର୍ବକ ଅମିୟବାଳା ପଟ୍ଟନାୟକଙ୍କ ‘ଶେଷ ଶ୍ଳୋକ’ କବିତା ସଂକଳନରୁ ଏକ କବିତା ଆବୃତ୍ତି କରିଥିଲେ l ଏହି ସ୍ମୃତିସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର୍ ଜୟନ୍ତ କୁମାର ମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ, ଶିକ୍ଷାବିତ୍ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ ପ୍ରମୁଖ ଅମିୟବାଳାଙ୍କ ସାରସ୍ୱତ ଜୀବନର ଅନେକ ସ୍ମୃତି ଆଲୋକପାତ କରିଥିଲେ l ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l