ଶ୍ରୀ ଅରବିନ୍ଦ ବରାହ ଲକ୍ଷ୍ମୀନୃସିଂହ କାମେଶ୍ବରୀଙ୍କ ବିଶ୍ୱଶାନ୍ତି ପଞ୍ଚୁମହାଯଜ୍ଞ
ପୁରୁଷୋତ୍ତମପୁର(ଏସ.ଏମ.ପି):- ଆଜି ତା. ୧୭.୦୧.୨୦୨୫ ରିଖ ମାଘ ମାସ କୃଷ୍ଣପକ୍ଷ (ଓଁ ଶ୍ରୀ ଶ୍ରୀ ଶ୍ରୀ ବରାହ ଲକ୍ଷ୍ମୀନୃସିଂହ କାମେଶ୍ବରୀଙ୍କ ବିଶ୍ୱଶାନ୍ତି ମହାବିଷ୍ଣୁ ପଞ୍ଚୁମହାଯଜ୍ଞ ) ଚତୁର୍ଥୀ (ଶୁକ୍ରବାର) ଠାରୁ ତା.୨୫.୦୧.୨୦୨୫ ରିଖ ଶନିବାର ପର୍ଯ୍ୟନ୍ତ “ବିଶ୍ୱଶାନ୍ତି ମହାବିଷ୍ଣୁ ପଞ୍ଚୁ ମାହାଯଜ୍ଞ” ଦୀର୍ଘ ନଅଦିନ ବ୍ୟାପି ପୁରୁଷୋତ୍ତମପୁର ବ୍ଲକ୍ ଅଧୀନସ୍ଥ ଭାଟକୁମରଡା ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଅଛି । ପ୍ରଥମ ଦିନ ଜଳଯାତ୍ରା, ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ ଓ ନାମ ଅଧିବାସ ଆରମ୍ଭ ହେବା ସହ ନାମଯଜ୍ଞ ,ଘୃତଯଜ୍ଞ, ଜ୍ଞାନଯଜ୍ଞ,ଗୋ ଯଜ୍ଞ ,ଅନ୍ନଯଜ୍ଞ , ଜ୍ଞାନଯଜ୍ଞ ପୂର୍ଣାହୁତି ଅନୁଷ୍ଠିତ ହେବ। ଏହାସହ ମୀନାବଜାରର ବୁଲିବାକୁ ମଧ୍ୟ ସ୍ଵତନ୍ତ୍ର ବେଵସ୍ଥା କରିଛନ୍ତି ପରିଚାଳନା କମିଟି ସଦସ୍ୟମାନେ । ଏହି ବିଶ୍ୱଶାନ୍ତି ମହାବିଷ୍ଣୁ ପଞ୍ଚୁ ମାହାଯଜ୍ଞରେ ସମସ୍ତ ଭକ୍ତବୃନ୍ଦ ଉକ୍ତ ଉତ୍ସବରେ ବହୁସଂଖ୍ୟାରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଯୋଗଦାନ ପୂର୍ବକ ପୂର୍ବକ ମହାଯଜ୍ଞ ମହୋତ୍ସବ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସଂଙ୍ଗେ ସଂଙ୍ଗେ ପ୍ରଭୂ କୃପା ଲାଭ କରିବେ ବୋଲି ଆମର ନିବେଦକ ଭାଟକୁମରଡା ଗ୍ରାମବାସୀ ବୃନ୍ଦ ।