ସିଦ୍ଧେଶ୍ୱର ମହାଦେବଙ୍କ ଦକ୍ଷିଣାୟନ
ନୟାଗଡ଼ (ପ୍ରଭାକର ଶିରୋମଣି )୧୭/୧:- ପବିତ୍ର ମକର ସଂକ୍ରାନ୍ତି ଅବସରରେ ସୂର୍ଯ୍ୟନାରାୟଣ ଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଛି। ଅନୁରୂପ ଭାବେ ନୀଳମାଧଵଙ୍କ ପାର୍ଶ୍ଵ ଦେବ ଭାବେ ଅଧିଷ୍ଠିତ କଣ୍ଟିଲୋ ନୀଳମାଧଵ ପରିସରରେ ପ୍ରତିଷ୍ଠିତ ସିଦ୍ଧେଶ୍ୱର ମହାଦେବ ଆଜିଠାରୁ ସୂର୍ଯ୍ୟଙ୍କ ବିପରୀତଭିମୁଖି ଦକ୍ଷିଣାୟନ ଗତି ହୋଇଛନ୍ତି । ସିଦ୍ଧେଶ୍ଵର ପୀଠ ର ମାହାତ୍ମ୍ୟ, ଅଲୌକିକତା ଅବର୍ଣ୍ଣନୀୟ।ସୂର୍ଯ୍ ଙ୍କ କର୍କଟ ଓ ମକର ସଂକ୍ରାନ୍ତି ରେ ବର୍ଷ କୁ ୨ଥର ଗତି ପରିବର୍ତ୍ତନ ଅନୁସାରେ ତାଙ୍କ ଗତି ବିପରୀତ ଶିବଲିଙ୍ଗ ଆପଣା ଛାଏଁ କ୍ରମଶଃ ଢଳି ଥାନ୍ତି। ଏହାଛଡା ସିଦ୍ଧେଶ୍ଵର ଙ୍କ ଲିଙ୍ଗ ରେ ଯେତେ ଜଳ ଅଭିଷେକ କରାଗଲେ ମଧ୍ୟ ଏହା ପାତାଳଗାମୀ ହୋଇଥାଏ। ଏହି ଜାଗତିକ ଦୃଶ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା l