ବ୍ରହ୍ମପୁର: ମୁଖ୍ୟ ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ଗ୍ରାହକଙ୍କ ଅସନ୍ତୋଷ

ବ୍ରହ୍ମପୁର,(ଏସଏମପି ): ଗଞ୍ଜାମ ଜିଲ୍ଲା ର ମୁଖ୍ୟ ପୋଷ୍ଟ ଅଫିସ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଗ୍ରାହକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ସବୁବେଳେ ଡିପାର୍ଟମେଣ୍ଟ ରେ ଲିଙ୍କ ଫେଲ୍ କିମ୍ବା କେତେବେଳେ ଅଫିସର ମାନଙ୍କର ମନ ମୁଖି କାର୍ଯ୍ୟ। ଗୋଟେ ଗ୍ରାହକ ଯଦି ପୋଷ୍ଟ ଅଫିସ୍‌ କୁ ଆସୁଛନ୍ତି ତାଙ୍କୁ ଅତି କମ୍ ରେ ଗଟେ ଦିନ ତାଙ୍କର ଏହି ଅଫିସ୍ ରେ ବିତିଯାଉଛି କିନ୍ତୁ ଗ୍ରାହକଙ୍କ କାମଟି ସମ୍ପୂର୍ଣ୍ଣ ହୋଇପାରୁନାହିଁ। ସରକାରୀ ବାବୁ ଓ ମେଡମ୍ ମାନେ ଅଫିସ ରେ କର୍ଯ୍ୟରତ ଥିବା ସମୟରେ ଘଣ୍ଟା ଘଣ୍ଟା ନିଜ ଫୋନ ରେ କଥା ହେଉଛନ୍ତି। ଏ ମାନେ ଘରେ ବୋଧେ କଥା ହେବା କମ ହେଉଛି ଯେ ପୂଣି ଅଫିସ୍ ରେ ଆସି ଗପୁଛନ୍ତି । ଏହା ଜନ ସାଧାରଣ ରେ ଚର୍ଚ୍ଚା ହେଉଅଛି। ସରକାରୀ ବାବୁ ମାନେ ଗୋଡ଼ ଉପରେ ଗୋଡ଼ ରଖି ମୋଉଜ୍ କୋରୁଛନ୍ତି l ଏଥିପାଇଁ କେନ୍ଦ୍ର ସରକାର ଦରମା ଦିଅନ୍ତି। ଯଦି କେହି ଜଣେ ତାଙ୍କୁ ପ୍ରତିବାଦ କରନ୍ତି ତାଙ୍କୁ ପୁଣି ହଇ ରାଣ ହେବା କୁ ପଡେ। ଏଭଳି କାର୍ଯ୍ଯ କେତେଦୂର ଠିକ୍ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଅଛି। ଏହାର ତଦନ୍ତ କରିବା ଆବଶ୍ୟକ ରହିଛି ଓ ଅଫିସର ଙ୍କ ଏହି ମନ ମୂଖି କାର୍ଯ୍ୟ ପ୍ରତି ଦୃଢ଼ କାର୍ଯ୍ୟଅନୁଷ୍ଠାନ ନେବା ଆବଶ୍ୟକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।

You might also like
error: Content is protected !!