ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନରେ ମକର ପର୍ବ ପାଳନ
ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ)):-ଅଦ୍ୟ ଦିବା 11 ଘଟିକା ରେ ଅନୁଷ୍ଠାନ ପରିଷର ରେ ମହା ଆଡମ୍ବର ରେ ମକର ମିଳନ ପର୍ବ ପାଳିତ ହୋଇ ଯାଇଛି l ଉକ୍ତ ପର୍ବରେ ଆଡପଡା ଉଚ୍ଚ ବିଦ୍ୟାଳୟ ର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପଣ୍ଡିତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଚର୍ଚ୍ଚି ଏବଂ ସ୍ଥାନୀୟ ପ୍ରବଚକ ତଥା ବଟେଶ୍ୱର ଉଚ୍ଚ ବିଦ୍ୟାଳୟ ର ପଣ୍ଡିତ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ ମହୋଦୟ ଉପସ୍ଥିତ ହୋଇ ଜୀବନ ର ମୂଲ୍ୟବୋଧ, ନୈତିକ ଦିନଚର୍ଯ୍ୟl ମକର ର ମାହାତ୍ମ୍ୟ ବିଷୟରେ ଆଲୋକ ପାତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ନଗରରେ ସ୍ୱାଦିଷ୍ଟ ମକର ପ୍ରସାଦ ବଣ୍ଟନ କରାଯାଇଥିଲା l ଅନୁଷ୍ଠାନ ତରଫରୁ ଶେଷରେ ଉଦ୍ୟୋକ୍ତା ଶ୍ରୀମାନ ରାମ ଗୁରୁଜୀ ସମସ୍ତ ଅଥିତି ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନ ର ସମସ୍ତଛାତ୍ରଛାତ୍ରୀ ଓ଼ ଶିକ୍ଷକ ଶିକ୍ଷୟତ୍ରୀ ମକର ପ୍ରସାଦ ସେବନ କରି ଖୁସି ମନାଇ ଥିଲେ l