ଚନ୍ଦ୍ରପୁର ବ୍ଲକ୍ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ
ଚନ୍ଦ୍ରପୁର(କୈଳାସ ମାଳବିଶୋଇ, ୦୭/୦୧):- ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରପୁର ପାଇଁଁ ୬ଷ୍ଠ ରୁ ୯ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀ କେଶବ ବେହେରା ମଣ୍ଡଳ ସେଣ୍ଟର ସୁପରିଡେଣ୍ଟ ଦାୟିତ୍ୱ ତୁଲାଇଥିଲେ ବେଳେ ଶ୍ରୀ ଅରୁଣ ଶବର ଡେପୁଟି ସେଣ୍ଟର ସୁପରିଡେଣ୍ଟ ଦାୟିତ୍ୱ ନେଇଥିଲେ । ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ର ଗଣେଶ ଶବର ସେଣ୍ଟର ଅବଜରଭର ଦାୟିତ୍ୱ ତୁଲାଇଥିଲେ।ଏହି ପରୀକ୍ଷାରେ ୬ଷ୍ଠ ଶ୍ରେଣୀ ପାଇଁ ୯୬ ଜଣ ନାମ ପଞ୍ଜିକରଣ କରିଥିଲା ବେଳେ ୮୩ଜଣ ପରୀକ୍ଷା ଦେଇଥିଲେ।୭ମ ଶ୍ରେଣୀ ପାଇଁ ୧୫ ଜଣ ନାମ ପଞ୍ଜିକରଣ କରିଥିଲା ବେଳେ ୧୩ ଜଣ ଉପସ୍ଥିତ ଥିଲେ। ୮ମ ଶ୍ରେଣୀ ପାଇଁ ୨୩ ଜଣ ନାମ ପଞ୍ଜିକରଣ କରିଥିଲା ବେଳେ ୨୧ ଜଣ ପରୀକ୍ଷା ଦେଇଥିଲେ ଓ ୯ମ ଶ୍ରେଣୀ ପାଇଁ ୧୫ ଜଣ ନାମ ପଞ୍ଜିକରଣ କରିଥିଲା ବେଳେ ୮ଜଣ ପରୀକ୍ଷା ଦେଇଥିଲେ। ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ୬ଷ୍ଠ ଶ୍ରେଣୀ ରୁ ଜଣେ ଛାତ୍ର ପରୀକ୍ଷା ଦେଇଥିଲେ। ସମୁଦାୟ ୧୫୦ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିଲା ବେଳେ ୧୨୬ ଜଣ ଉପସ୍ଥିତ ଥିଲେ। ଶୃଙ୍ଖଳା ର ସହିତ ପରୀକ୍ଷା ପରିଚାଳିତ ହୋଇଯାଇଛି।