କବି ସୂର୍ଯ୍ୟ ପାଠାଗାର ପ୍ରତିଷ୍ଠା ଉତ୍ସବ
ନୟାଗଡ଼(ପ୍ରଭାକର ଶିରୋମଣି,୭/୧):ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ବଡବାଣପୁର ରାମଚଣ୍ଡୀ ସାହି ସ୍ଥିତ କବିସୂର୍ଯ୍ୟ ପାଠାଗାରର ୪୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସାହି ସଭାପତି ସତ୍ୟବାଦୀ ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦାନ କରି ଏହି ସର୍ବପୁରାତନ ଅନୁଷ୍ଠାନ ର ସେବାମୂଳକ କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରି ଅସହାୟ ମାନଙ୍କୁ ସହାୟତାର ହାତ ବଢାଇବାକୁ ଉପସ୍ଥିତ ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ l
ଆୟୋଜିତ ଏହି ସଭାରେ ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କୁମାର କର, କଣ୍ଟିଲୋ ନାଗରିକ ମଞ୍ଚ ସଭାପତି ଅଖିଳ କୁମାର ମହାରଣା , କଣ୍ଟିଲୋ ବିକାଶ ପରିଷଦ ସଭାପତି ଯୁଗଳ କିଶୋର ନାୟକ, ବିନୋଦ ପ୍ରଧାନ ଓ ସତ୍ୟବାଦୀ ବେହେରୁକ ପ୍ରମୁଖ ଯୋଗ ଦେଇଥିଲେ l ବଡ ବାଣପୁର ଗ୍ରାମରେ କଳା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ସ୍ୱାଇଁ ସମ୍ମାନିତ କରିଥିଲେ l ସତ୍ୟ ନାରାୟଣ ଷଢଙ୍ଗୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ସଭାପତି ଶ୍ରୀ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସଭା ଶେଷ ରେ ନାଟ୍ୟ କଳାକାର ପବିତ୍ର କୁମାର ରଣାଙ୍କ ନିର୍ଦ୍ଦେଶନାରେ ଏକ ସାମାଜିକ ନାଟକ ” କାହିଁକି କାନ୍ଦୁଛୁ ଶୁଣିବ କିଏ ” ମଞ୍ଚସ୍ଥ ହୋଇଥିଲା l ଏଥିରେ ପ୍ରଭାତ, ରଜନୀକାନ୍ତ, ରମେଶ, ସରୋଜ, ପପୁ , ଯୋଗୀ ଓ ଆନନ୍ଦ ଆଦି ନିଖୁଣ ଅଭିନୟ କରି ଦର୍ଶକ ମାନଙ୍କୁ ଚମତ୍କୃତ କରି ଥିଲେ l