ମାଘ ମେଳା ମହୋତ୍ସବ ପାଇଁ କର୍ମକର୍ତ୍ତା, କମିଟି ସଦସ୍ୟ ଓ ଅଧକ୍ଷ ଚୟନ

ନୟାଗଡ଼(ପ୍ରଭାକର ଶିରୋମଣି,୭/୧):ଜଗନ୍ନାଥ ସଂସ୍କୃତିର ଆଦି ପୀଠ ତଥା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ  ପ୍ରଭୁ ଶ୍ରୀ ନୀଳମାଧବ ଜିଉ ବିଜେ କଣ୍ଟିଲୋ କ୍ଷେତ୍ରରେ ପୂର୍ବ ବର୍ଷ ଭଳି ଚଳିତ ୨୦୨୫ ଭୌମି  ଏକାଦଶୀ ମାଘ ମେଳା ସମୟ ରେ  “ମାଘ ମେଳା ମହୋତ୍ସବ”ଅନୁଷ୍ଠିତ ହେବାକୁ  କଣ୍ଟିଲୋର ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି, ପୂର୍ବ ବର୍ଷର ମାଘ ମେଳା ମହୋତ୍ସବର ଅଧିକାଂଶ କମିଟି ସଦସ୍ୟ ସ୍ଥିର କରିଛନ୍ତି।ସୂଚନାରୁ ପ୍ରକାଶ ଯେ, ପୂର୍ବ ବର୍ଷର  ମାଘ ମେଳା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣି ଙ୍କ ଆବାହକତ୍ୱ ମାଘ ମେଳା ମହୋତ୍ସବର  ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆଜି ମଙ୍ଗଳ ବାର  କଣ୍ଟିଲୋ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଗୁରୁତ୍ଵ ପୂର୍ଣ୍ଣ ବୈଠକ ରେ ପ୍ରତ୍ୟେକ କୋଣ ଅନୁ କୋଣ ତଥା ବିଭିନ୍ନ ଦିଗରୁ ଆଲୋଚନା ଓ ପର୍ଯ୍ୟା ଲୋଚନା ସରିବା ପରେ ସର୍ବ ସମ୍ମତ ସହମତି ଭିତ୍ତିରେ ଅଧ୍ୟକ୍ଷ ଭାବେ ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି,ପ୍ରଭାକର ଶିରୋମଣି ଓ ଶରତ ଚନ୍ଦ୍ର ମହାରଣା, ସମ୍ପାଦକ ସିଦ୍ଧାର୍ଥ ମହାପାତ୍ର, ଶ୍ରୀପତି ମହାରଣା, ସାଂସ୍କୃତିକ ସମ୍ପାଦକ ସନ୍ତୋଷ କୁମାର ସାହୁ, ରାଜେଶ୍ କୁମାର ଦାସ,କୋଷାଧ୍ୟକ୍ଷ ପ୍ରମୋଦ କୁମାର ଦଳେଇ ଓ ଶୁଭ୍ରାଂଶୁ କୁମାର ମହାରଣା, ଉପଦେଷ୍ଠା ଭାବେ ସଚ୍ଚିଦାନନ୍ଦ ଦାଶ, ହରିହର ଦାଶ , ଅଖିଳ କୁମାର ମହାରଣା,ମାଧବ ଚନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ସାହୁ ଓ ଅନନ୍ତ ମହାପାତ୍ର   ଚୟନ ହୋଇଥିବା ଜଣାଯାଇଛି l ଚଳିତ ଵର୍ଷ  ଆସନ୍ତା ମାଘ ମେଳାମହୋତ୍ସବ  ଦ୍ଵାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାରିଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରସ୍ତାବ ଗୃହିତ ହୋଇଥିବା ପରା ପ୍ରକାଶ । ବୈଠକ ଶେଷରେ ପ୍ରମୋଦ କୁମାର ଦଳେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

You might also like
error: Content is protected !!