ବିଦ୍ୟାର୍ଥୀ ଉଜ୍ଜଳ ଭବିଷ୍ୟତ ନିର୍ମାଣ  ଯୋଗ  ଶିବିର 

ନୟାଗଡ଼( ପ୍ରଭାକର ଶିରୋମଣି ):ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ପକ୍ଷରୁ  ଯୋଗ ବିଷୟକ ଆଲୋଚନା ଚକ୍ର ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି l 
    ”  ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ନିର୍ମାଣ ଶିବିର ” ମାଧ୍ୟମରେ  ଅଧ୍ୟାପକ ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସ୍ଥିତ  ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୋଗାଚାର୍ଯ୍ୟ ଡ଼. ବିଶ୍ୱ ରଞ୍ଜନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ସିଦ୍ଧାନ୍ତ (ଥିଓରୀ ) ଓ ବ୍ୟବହାରିକ ଜ୍ଞ୍ୟନ ପ୍ରଦାନ କରି ନିର୍ଭିକ, ସତ୍ୟ, ସଂଯମ ଓ ନିଷ୍ଠା ଇତ୍ୟାଦି ଗୁଣ ର ଉପଯୋଗ ସହ ମହାପୁରୁଷ ମାନଙ୍କର ଜୀବନୀ ବିଷୟରେ ଆଲୋକପାତ କରିଥିଲେ l ଏହି ଯୋଗ କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲା ବେଳେ ଅଧ୍ୟାପିକା ସୁଶ୍ରୀ ଜୟଶ୍ରୀ ସାହୁ,ଅଧ୍ୟାପକ ସୁମନ୍ତ କୁମାର ଜେନା, ଅଧ୍ୟାପିକା ସରଳା ବେହେରା, ଅଧ୍ୟାପକ ମାନସ ଆଚାର୍ଯ୍ୟ, ଅଧ୍ୟାପକ ଡ଼. ନିରୋଦ କୁମାର ମନ୍ତ୍ରୀ ଓ ଅଧ୍ୟାପିକା ରଶ୍ମିତା ସାହୁ ଯୋଗ ଦେଇଥିଲେ l 
           

You might also like
error: Content is protected !!