ମାଘମେଳା ମହୋତ୍ସବ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନୟାଗଡ଼(ପ୍ରଭାକର ଶିରୋମଣି, ୬/୧):-ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମାଘ ମେଳା ମହୋତ୍ସବ ଆସନ୍ତା ଭୌମି ଏକାଦଶୀ ମେଳା ଅବସର ରେ ଅନୁଷ୍ଠିତ ହେବା ପାଇଁ ପ୍ରଥମ  ପ୍ରସ୍ତୁତି ବୈଠକ ଆଜି ସୋମବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏଥିପାଇଁ ପୂର୍ବତନ ମାଘମେଳା ମହୋତ୍ସବ କମିରେ ଟି ର କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣିଙ୍କ ଆବାହକତ୍ୱରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଭାରେ ଉପସ୍ଥିତ ବୁଦ୍ଧିଜୀବୀ ବିଭିନ୍ନ ମତ ପ୍ରକାଶ କରି  ଆଲୋଚନା ଓ ପର୍ଯ୍ୟାଲୋଚନା କରି ସ୍ଥାନୀୟ ବିଧାୟକ ତଥା ଖଣ୍ଡପଡା ମାନ୍ୟବର ବିଧାନ ସଭା ସଭ୍ୟ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ମାଘ ମେଳା ମହୋତ୍ସବ କୁ ସରସ ସୁନ୍ଦର କରିବା ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଅପର ପକ୍ଷରେ କାର୍ଯ୍ୟକ୍ରମ କୁ ପରିଚାଳନା କରିବାପାଇଁ ତୁରନ୍ତ ଏକ କମିଟି ମଙ୍ଗଳ ବାର ଗଠନ କରିବାକୁ ସ୍ଥିର କରାଯାଇ ଏହାକୁ ତ୍ୱରାନ୍ୱିତ କରାଯିବାକୁ ପଦକ୍ଷେପ ଗ୍ରହଣ କରିବାପାଇଁ  ଆବାହକଙ୍କୁ ଦାଇତ୍ୱ ଦିଆଗଲା l ବିଶେଷତ ଦଳମତ ନିର୍ବିଶେଷରେ ନିଜ ନିଜକୁ ଶ୍ରୀ ନୀଳମାଧଵ ଙ୍କ ଦଳ ବୋଲି ଭାବି ସମସ୍ତଙ୍କ ସହଯୋଗରେ ମହୋତ୍ସବକୁ ସଫଳ କରିବା ପାଇଁ ଆବାହକ ସମସ୍ତଙ୍କୁ ନିବେଦନ କରି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଆଲୋଚନା ସଭାରେ ନୀଳମାଧଵ ମିଶ୍ର, ହରିହର ଦାଶ, ଶ୍ରୀପତି ମହାରଣା, ଅଜୟ କୁମାର ମହାରଣା,ପ୍ରମୋଦ କୁମାର ଦଳେଇ, ଅଖିଳ କୁମାର ମହାରଣା,. ସୁକାନ୍ତ କୁମାର ମିଶ୍ର, ରାଜକିଶୋର ସାହୁ, ଅନନ୍ତ ମହାପାତ୍ର, ପ୍ରତାପ ଚନ୍ଦ୍ର ସାହୁ,ଅଜୟ କୁମାର ସାହୁ, ଶୁଭ୍ରାଂଶୁ କୁମାର ମହାରଣା., ପବିତ୍ର କୁମାର ମହାରଣା, ତପନ କୁମାର ମହାପାତ୍ର, ଅଞ୍ଜନ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ l

You might also like
error: Content is protected !!