ପର୍ଯ୍ୟଟନ ଋତୁ ଶେଷ ପ୍ରାୟ : ନିର୍ଜନ ସେତୁରେ ନୋହିଲା ଆଲୋକୀ କରଣ 

ନୟାଗଡ଼(ପ୍ରଭାକର ଶିରୋମଣି,୩/୧):-ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଧାମ ର ମୂଳ ପୀଠ ଶ୍ରୀ ନୀଳମାଧଵ ଙ୍କ ମନ୍ଦିର ଥିଲାବେଳେ କଣ୍ଟିଲୋ ଠାରୁ ୧୦ କିମି ଦୂରରେ ଏଇ ଖଣ୍ଡପଡା ବ୍ଳକ ରେ ଆଉ ଏକ ପର୍ଯ୍ୟଟନ କେନ୍ଦ୍ର ସିଧାମୁଳା ଯେଉଁଠାରେ କି ମହୁକଣ ପାହାଡ଼ ଉପରେ  ବିରାଜିତ ପ୍ରଭୁ ଶ୍ରୀ ଗୋକୁଳାନନ୍ଦ ଜୀଉ ବିଦ୍ୟମାନ l ଗୋଟିଏ ବ୍ଲକରେ ଦୁଇଟି ପର୍ଯ୍ୟଟନ କେନ୍ଦ୍ର ରାଜ୍ୟର ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ l ବର୍ତ୍ତମାନ କଣ୍ଟିଲୋ ପର୍ଯ୍ୟଟନ କେନ୍ଦ୍ରକୁ  ରାଜ୍ୟ ସରକାର ଏହାର ଅଗ୍ରଗତି ସମ୍ପର୍କରେ  ଗୁରୁତ୍ୱ ଦେଇ ଥିବା ବେଳେ    ଗୋକୁଳାନନ୍ଦ ପୀଠକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଏ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରୁଥିବା ଜଣାଯାଇଛି l 
             ସୂଚନା ଯୋଗ୍ୟ, ଆନ୍ତଃ ରାଜ୍ୟ ତଥା ଆନ୍ତଃ ଜିଲ୍ଲାକୁ ଯାନବାହାନ ଚଳାଚଳ ତଥା  ପରିବହନ ର ସୁବିଧା ପାଇଁ ଓ ସାମାଜିକ କ୍ଷେତ୍ର ରେ  ଆର୍ଥିକ ବ୍ୟବସ୍ଥା  ଉନ୍ନତି ନିମନ୍ତେ ନୟାଗଡ ଜିଲ୍ଲା ଓ କଟକ ଜିଲ୍ଲା ସୀମାନ୍ତ ସିଧାମୁଳା ଠାରେ ଗତ ମହାନଦୀ ଉପରେ ଏକ ସେତୁ ଗତ ୨୦୦୦ ମସିହାରେ ନିର୍ମାଣ  କରାଯାଇଥିଲେ ମଧ୍ୟ  ଉଭୟ ପାର୍ଶ୍ୱରେ ଅବସ୍ଥିତ ସିଧାମୁଳା ଓ କଟକ ଜିଲ୍ଲା ଏକଡାଳ   ଗ୍ରାମକୁ ସଂଯୋଗ କରୁଥିବା ୧୫୬୮ ମିଟର ଲମ୍ବ ବିଶିଷ୍ଟ ଏହି ଦୀର୍ଘ ସେତୁ ସମ୍ପ୍ରତି ସ୍ଥାନୀୟ ଲୋକଙ୍କ ପାଇଁ ବିପଦର କାରଣ ପାଲଟି ଥିବା ଜଣାଯାଇଛି l ସିଧାମୁଳା ସ୍ଥିତ ଗୋକୁଳାନନ୍ଦ ପୀଠ କୁ ସବୁ ସମୟରେ ପର୍ଯ୍ୟଟକ ମାନଙ୍କ ଦର୍ଶନ ପାଇଁ ଭିଡ଼ ସହିତ ପିକନିକ  ପାଇଁ ମଧ୍ୟ ପ୍ରବଳ ଭିଡ଼ ଲାଗି ରହି ରହିଥିବାବେଳେ ସେତୁ ଉପରେ ନିକାଞ୍ଚନ  ର ସୁଯୋଗ ନେଇ ଅନ୍ଧକାର ରାତିରେ ଦୁର୍ବୃତ୍ତ ମାନେ  ବିଭିନ୍ନ ପ୍ରକାର ଅଘଟଣ ଘଟାଇବା ଓ ପଥଚାରୀ ଙ୍କୁ ଭୟଭୀତ କରାଇ ଲୁଟ ତରାଜ କରୁଥିବା ଅଭିଯୋଗ ହେଉଛି l ବିଶେଷକରି ଜିଲ୍ଲା ବାହାରୁ ଆସୁଥିବା ଦୁର୍ବୃତ୍ତ ମାନେ ନୟାଗଡ଼ ଜିଲ୍ଲା ଅଞ୍ଚଳରେ  ଅଘଟଣ ଘଟାଇ ସେହି ସେତୁମଧ୍ୟ ଦେଇ ଜିଲ୍ଲା ସୀମା ଦେଇ  ଫେରାର ହୋଇ ଯାଉଥିବା ଅନେକ ଘଟଣା କଣ୍ଟିଲୋ ଫାଣ୍ଡି ରେ ରେକର୍ଡ ହୋଇଥିବା ଜଣାଯାଇଛି l

You might also like
error: Content is protected !!