ଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ପବିତ୍ର ଇଂରାଜୀ ନୂଆବର୍ଷ ଅବସରରେ ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥିଲା। କନ୍ଧମାଳ ଜିଲ୍ଲାର ବିଭିନ୍ନ ଆରାଧ୍ୟାଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ଦେବୀ ମା’ ପାଟଖଣ୍ଡା, ବରାଳ ଦେବୀ, ବଲସ କୁମ୍ପା, ଡୁଙ୍ଗୀ ପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ଧବଳେଶ୍ୱର ମନ୍ଦିର ଭଳି ବିଭିନ୍ନ ଦେବା ଦେବୀ ପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଏତଦ ବ୍ୟତୀତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି, ଲୁଦୁ ଜଳ ପ୍ରପାତ, ସହିତ ନିକଟସ୍ଥ ପାର୍କରେ ବର୍ଷର ପ୍ରଥମ ଦିନଟି ପରିବାର,ଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ସାଙ୍ଗସାଥିଙ୍କ ସହ ଖୁସି ମନେଇବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ଆସି ବୁଲୁଥିବା ପରିଲକ୍ଷିତ ହୋଇଛି। ଆଜି କାର୍ଯ୍ୟ ଦିବସ ହେଇଥିଲେ ମଧ୍ୟ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଉପସ୍ଥାନ କମ୍ ରହିଛି। ଆଜି ଇଂରାଜୀ ନୂଆ ବର୍ଷର ପ୍ରଥମ ଦିନ ହିଁ ବୁଧବାର ହୋଇଥିବାରୁ ଆମିଷ ପ୍ରିୟ ଜନସାଧାରଣଙ୍କ ପାଇଁ ବହୁତ ଖୁସିର ଦିନଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ହୋଇଥିଲା l ସକାଳୁ ସକାଳୁ ଦେଶୀ ମଟନ, ଚିକେନ, ମାଛ, ଅଣ୍ଡା ଓ ଶୁଖୁଆ ଦୋକାନରେ ଏବଂ ନିରାମିଷ ଜନସାଧାରଣ ଙ୍କ ପାଇଁ ଛତୁ ପନିର ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ଏତଦ ବ୍ୟତୀତ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ଭଳି ବିଭିନ୍ନ ସ୍ଥାନରେ ଏକତ୍ରିତ ଭୋଜି ଭାତର ଆସର ଜମି ଥିବା ଦେଖିବାକୁ ମିଳିଥିଲା lଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼

You might also like
error: Content is protected !!