ଆଇଟିଡିଏ ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ଙ୍କ କାର୍ଯ୍ୟରେ ଯୋଗଦାନ
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଆଇଟିଡିଏ ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ପକ୍ଷରୁ ୩୧.୧୨.୨୦୨୪ ରେ ଏକ ବିଜ୍ଞପ୍ତି ନିଯୁକ୍ତି ପାଇଛନ୍ତି। ଗଦାଧର ପାତ୍ର ଆଜି ମଧ୍ୟନ୍ନ ରେ କର୍ଜୟାଳୟ କୁ ଆସି ନିଜ ଯୋଗଦାନ ପତ୍ର ପ୍ରଦାନ କରିଛନ୍ତି ।ବର୍ତ୍ତମାନ ରହିଥିବା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଅନୁପସ୍ଥିତ ରହିଥିବାରୁ ଦାୟିତ୍ଵ ହସ୍ତାନ୍ତର ହୋଇପାରିନଥିବା ଜଣାପଡିଛି । ପୂର୍ବରୁ ଶ୍ରୀ ପାତ୍ର ଦାରିଙ୍ଗବାଡି ବ୍ଲକରେ ୩ ବର୍ଷରୁ ଉର୍ଦ୍ଧ ସମୟ ବିଡିଓ ଭାବେ କାର୍ଯ୍ୟ ଭାର ତୁଲାଇ ଥିଲେ । କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ସାକ୍ଷାତ କରି କାର୍ଯ୍ୟ ରେ ଯୋଗଦେବାକୁ ଆସିଥିବା କହିଛନ୍ତି । ସମସ୍ତଙ୍କ ସହ ଯୋଗରେ ଉର୍ନୟନ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।