ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ରାମପଲ୍ଲୀ ଗ୍ରାମରେ ଶୀତ ବସ୍ତ୍ର ବଣ୍ଟନ

ଛତ୍ରପୁର(ବିଚିତ୍ର ସାହୁ,୧/୧)ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଆନୁକୂଲ୍ଯରେ ଏହାର ବରିଷ୍ଠ ସଭ୍ଯ ଯୋଗେନ୍ଦ୍ର କାପୁରଙ୍କ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମର ଆର୍ଥିକ ଅନଗ୍ରସର ଶ୍ରେଣୀର ଏକଶହ ଦୁଇ ଜଣ ମହିଳାମାନଙ୍କୁ ନବ ବର୍ଷ ଅବସରରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି।ରାମପଲ୍ଲୀ ଗ୍ରାମର କାଳିଞ୍ଜି କୁଳ ସମାଜ କୋଠ ଘରଠାରେ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।କ୍ଳବର ସଭାପତି ଜୟନ୍ତ କିଶୋର ପାତ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ କ୍ଳବର ପୂର୍ବତନ ସଭାପତି ଆଇ.ରାଜେଶ୍ବର ରାଓ, ନାରସୁ ଜେନା ଏବଂ କ୍ଳବର ପ୍ରୋଜେକ୍ଟ ଡାଇରେକ୍ଟର ତଥା ପୂର୍ବତନ ସଭାପତି କାମରାଜୁ ମହାରଣା ଉପସ୍ଥିତ ରହି ଶୀତ ବସ୍ତ୍ର ବଣ୍ଟନ ପ୍ରକ୍ରିୟାର ତଦାରଖ କରିଥିଲେ।ଗ୍ରାମର ସ୍ବେଚ୍ଛାସେବୀ ହରିହର ସ୍ବାଇଁ,ରାମହରି ସ୍ବାଇଁ ,ସୁରେନ୍ଦ୍ର ସ୍ବାଇଁ, ନରସିଂହ ସ୍ବାଇଁ ,ହିମାଂଶୁ ପ୍ରଧାନ ପ୍ରମୁଖ ବଣ୍ଟନ ପ୍ରକ୍ରିୟା ପରିଚାଳନା କରିଥୁଲେ।କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗଗନ ବିହାରୀ ସାହୁ,ସଭ୍ଯ କୃଷ୍ଣ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ରାମପଲ୍ଲୀ ଗ୍ରାମରେ ରୋଟାରୀ ଈଷ୍ଟ ତରଫରୁ ପୁର୍ବରୁ ମାଗଣା ମସାରୀ ବଣ୍ଟନ, ଔଷଧ ବଣ୍ଟନ, ବସ୍ତ୍ର ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ଯୋଗୁଁ ଗ୍ରାମ ବାସୀଙ୍କ ତରଫରୁ କ୍ଳବର କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା।ସଭାପତି ତାଙ୍କ ବକ୍ତବ୍ଯରେ ରାମପଲ୍ଲୀ ଗ୍ରାମର ପ୍ରଗତିରେ ରୋଟାରୀ ଈଷ୍ଟ ତରଫରୁ ସହଯୋଗ କରାଯିବ ବୋଲି ଘୋଷଣା କରିଥିଲେ।ଶେଷ ରେ କ୍ଳବର ପ୍ରୋଜେକ୍ଟ ଡାଇରେକ୍ଟର କାମରାଜୁ. ମହାରଣା ଗ୍ରାମବାସୀଙ୍କୁ ଓ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!