ଶେରଗଡ଼ ମାଟିରେ ପହଞ୍ଚିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି l ଗଞ୍ଜାମ ଜ଼ିଲ୍ଲା l ଜଗନ୍ନାଥ ନାୟକ ll ଆଜି ଶେରଗଡ଼ ମାଟିରେ ପହଞ୍ଚିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିବା ସହ ବିପନ୍ନ ପରିବାର ଓ ଚାଷୀମାନଙ୍କୁ ଭେଟି ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା ଓ ସମସ୍ୟା ବୁଝିଥିଲେ।

ଶେରଗଡ଼ ମାଟିରେ ପହଞ୍ଚିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ

ଶେରଗଡ଼ରେ ତାଙ୍କୁ ଦେଖିବା ପାଇଁ ଏକ ବିଶାଳ ଜନସମାଗମ ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡ଼ ଓ ଉତ୍ସାହ ମଧ୍ୟରେ ନବୀନ ବାବୁଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଭାବନାର ଝଲକ ସ୍ପଷ୍ଟ ହୋଇଥିଲା।ବିଶେଷକରି ବାତ୍ୟା ଓ ବନ୍ୟାରେ ଚାଷୀଙ୍କ ଫସଲ ନଷ୍ଟ ହେବା ସହ ଅନେକ ପରିବାରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି

ଶେରଗଡ଼ ମାଟିରେ ପହଞ୍ଚିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ

। ଏଭଳି କଠିନ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା ଓ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଶେରଗଡ଼ର ଏହି ଜନସମାଗମ କେବଳ ଏକ ରାଜନୈତିକ ଗସ୍ତର ଦୃଶ୍ୟ ନୁହେଁ, ବରଂ ନବୀନ ବାବୁଙ୍କ ସହ ଲୋକଙ୍କ ଭାବନାତ୍ମକ ସମ୍ପର୍କର ଏକ ଦୃଶ୍ୟମାନ ପ୍ରତିଫଳନ।ଏହି ଗସ୍ତରେ ଶେରଗଡ଼ ସହ ହିଞ୍ଜିଳି, ଆସିକା ଓ ସୋରଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ମଧ୍ୟ ସାମିଲ ଥିଲା।

ଶେରଗଡ଼ ମାଟିରେ ପହଞ୍ଚିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ

Smart Computer Ad
You might also like
error: Content is protected !!