ଉଦ୍ୟାନ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭକ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ତତ୍ପରତା

ଚିକିଟି, ଗଞ୍ଜାମ ଜ଼ିଲ୍ଲା l ଜଗନ୍ନାଥ ନାୟକ l ବାତ୍ୟା ‘ଅର୍ଣ୍ଣବରପ୍ରଭାବରେ ଚିକିଟି ବ୍ଲକ୍ .ଅଞ୍ଚଳରେ ଉଦ୍ୟାନ କୃଷି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି। ପନିପରିବା, ଫୁଲ, ଫଳ, ଛତୁ ଓ କିଆଁ ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି କ୍ଷୟକ୍ଷତିର ସଠିକ୍ ଆକଳନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି।ଏନେଇ କ୍ଷତିଗ୍ରସ୍ତ ଚାଷୀମାନେ ଚିକିଟି ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଯୋଗାଯୋଗ କରି ନିଜର ଆଧାର କାର୍ଡ, ଜମିପଟ୍ଟା ଓ ବ୍ୟାଙ୍କ ଖାତାର ନକଲ ସହିତ କ୍ଷତିପୂରଣ ପାଇଁ ଆବେଦନ କରିବାକୁ ବିଭାଗୀୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।ଅନ୍ୟପକ୍ଷରେ, ବିଭାଗୀୟ ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିବା ସହ ଫଟୋ ଉତ୍ତୋଳନ କରି କ୍ଷୟକ୍ଷତିର ବାସ୍ତବ ସ୍ଥିତି ଯାଞ୍ଚ କରୁଛନ୍ତି। ଏହି ଆକଳନ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ପାଇବେ ବୋଲି ଆଶା ପ୍ରକାଶ ପାଇଛି।ବାତ୍ୟା ଯୋଗୁଁ ଚାଷକୁ ନେଇ ଚିନ୍ତାରେ ପଡ଼ିଥିବା ଚାଷୀମାନେ ଶୀଘ୍ର କ୍ଷତିପୂରଣ ପାଇଲେ ସେମାନଙ୍କୁ ଆର୍ଥିକ ଆଶ୍ୱସ୍ତି ମିଳିପାରିବ।

Smart Computer Ad
You might also like
error: Content is protected !!