ଚନ୍ଦ୍ରପୁର – ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର | କୈଳାସ ମାଳବିଶୋଇ ||

ଚନ୍ଦ୍ରପୁର – ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଚାରି ଗୋଟି ପଞ୍ଚାୟତ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତଥିଭାବେ ହନମନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ୱାକା,ଡାଙ୍ଗସୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ଅନିତା ଶବର, ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଗଣେଶ ଶବର, ବିଜାପୁର ଉଚ୍ଚ ବିଦ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ଜେରମିନା ପାଡାଗଣ୍ଡା, ପିଷ୍କାପାଙ୍ଗl ଉଚ୍ଚ ବିଦ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ଫୁଲମାଇ କ୍ରାଡ଼ିକା ଯୋଗଦେଇ ଥିଲେ l

ସମ୍ନାନିୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ mp ପ୍ରତିନିଧି ତଥା ବୁଡୁବାଲି ପଞ୍ଚାୟତ ସରପଞ୍ଚ ଭିମ ଗଗେରାଙ୍ଗା, ଚନ୍ଦ୍ରପୁର ବ୍ଲକ କଂଗ୍ରେସ ସଭାପତି ହିରୁମାଝି, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ, ବାଳକୃଷ୍ଣ ବିହାରି ପ୍ରମୁଖ ଯୋଗଦେଇ ଥିଲେ l

ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ଅତିଥି ମାନଙ୍କୁ ଫୁଲ ତୋଡା ଓ ଔପଢୋକନ ଦେଇ ସ୍ବାଗତ ଜଣାଇବା ସହ ପ୍ରଭୂ ଜଗନ୍ନାଥ ଙ୍କୁ ଦୀପ ଧୂପ ପ୍ରଜ୍ବଳନ କରାଯାଇ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l

ଏଥିରେ କ୍ଲଷ୍ଟର ସିଆରସିସି ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଚାତ୍ର ଛାତ୍ରୀ ସହ ବହୁ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ l ଗୋଦାବରୀଶ ମିଶ୍ରଣ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବକୁ ଚାରି ଗୋଟି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ଓ ଡାଙ୍ଗସୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ବିଜୟଲକ୍ଷ୍ମୀ ଶବର, ପିଷ୍କାପାଙ୍ଗl ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାମନାଥ ପତ୍ରି, ହନମନ୍ତପୂର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପି ରାମାରାଓ ଓ ବିଜାପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଜୟରାମ ରାଇକା ମଞ୍ଚlଶିନ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l
