ବ୍ରହ୍ମପୁର,(ବିଚିତ୍ର ସାହୁ):-
ପ୍ରକୃତିର ତାଣ୍ଡବ କେତେ ଭୟଙ୍କର ହୋଇପାରେ ଆପଣ କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗ୍ରାମକୁ ଗଲେ ହିଁ ଜାଣି ପାରିବେ। ଅର୍ଣ୍ଣବର ବନ୍ୟା ୨୩ଟି ଘରକୁ ଧୋଇ ନେଇ ପରିବାରକୁ ନିସ୍ୱ କରିଦେଇଛି। ସ୍କୁଲ ପିଣ୍ଡା ହିଁ ଏବେ ଗ୍ରାମବାସୀଙ୍କ ଠିକଣା ସାଜିଛି। ଏହି ବିପଦର ସମୟରେ ସେମାନଙ୍କ ବନ୍ଧୁ
ସାଜି ଆଜି ତା ୦୫/୧୧/୨୦୨୬ରିଖ ଦିନ ଗ୍ରାମରେ ପହଞ୍ଚି ସମସ୍ତ ପରିବାରକୁ ଏକ ମାସର ରାସନ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଆସବାବପତ୍ର, ପୋଷାକ, ଶିକ୍ଷଣ ସାମଗ୍ରୀ ଆଦି ପ୍ରଦାନ କରିଛି ବିପଦର ବନ୍ଧୁ ଓଡିଶା ସଂଗଠନ। ଏହା ସହ ସେମାନଙ୍କୁ ଏ ଦୁର୍ବଳ ସମୟଗୁଡିକୁ ମିଳି ମିଶି ମୁକାବିଲା କରିବାର ପ୍ରେରଣା ଦେଇଛନ୍ତି। ସହଯୋଗର ଏ ହାତ, ସହାନୁଭୂତିର କେଇ ପଦ କଥା ହିଁ ପୀଡିତ ମାନଙ୍କ ବଳ ସାଜି ସେମାନଙ୍କୁ ପୁଣି ଠିଆ ହେବା ପାଇଁ ପ୍ରେରିତ କରିବ। ପ୍ରକାଶ ଥାଉ କି ବନ୍ୟା ଆରମ୍ଭରୁ ହିଁ ବିପଦର ବନ୍ଧୁ ଓଡିଶା ଗଞ୍ଜାମର ସବୁ ବ୍ଲକରେ ବିପନ୍ନଙ୍କ ବଳ ସାଜୁଛି
