ବିପଦର ବନ୍ଧୁ ଓଡିଶା ସଂଗଠନ ଭାଲିଆଗୋଛା ଗ୍ରାମରେ ପହଞ୍ଚି ଶୁଖିଲା ଖାଦ୍ୟ ପାନୀୟ ବଣ୍ଟନ

ବିପଦର ବନ୍ଧୁ ଓଡିଶା ସଂଗଠନ ଭାଲିଆଗୋଛା ଗ୍ରାମରେ ପହଞ୍ଚି ଶୁଖିଲା ଖାଦ୍ୟ ପାନୀୟ ବଣ୍ଟନ

ବ୍ରହ୍ମପୁର,(ବିଚିତ୍ରସାହୁ):-

ବାତ୍ୟା ଅର୍ଣ୍ଣବ ବନ୍ୟାର କାରଣ ସାଜି ସବୁ ଧୋଇ ନେଇଗଲା ସତ କିନ୍ତୁ ମାନବିକତାକୁ କେବେ ଧୋଇ ନେଇପାରିବନି। ସେଇ ମାନବିକତାର ଜାଗ୍ରତ ପ୍ରହରୀ ସାଜି ବିପଦର ବନ୍ଧୁ ଓଡିଶା ସଂଗଠନ ତା ୦୩/୧୧/୨୦୨୬ରିଖ ଦିନ ଭାଲିଆଗୋଛା ଗ୍ରାମରେ ପହଞ୍ଚି ଶୁଖିଲା ଖାଦ୍ୟ ପାନୀୟ ବଣ୍ଟନ କରିବା ସହ ସେମାନଙ୍କୁ ଏ ଦୁର୍ବଳ ସମୟଗୁଡିକୁ ମିଳି ମିଶି ମୁକାବିଲା କରିବାର ପ୍ରେରଣା ଦେଇଛନ୍ତି ସହଯୋଗର ହାତ, ସହାନୁଭୂତିର କେଇ ପଦ କଥା ହିଁ ପୀଡିତ ମାନଙ୍କ ବଳ ସାଜି ସେମାନଙ୍କୁ ପୁଣି ଠିଆ ହେବା ପାଇଁ ପ୍ରେରିତ କରିବ। ପ୍ରକାଶ ଥାଉ କି ବନ୍ୟା ଆରମ୍ଭରୁ ହିଁ ବିପଦର ବନ୍ଧୁ ଓଡିଶା ଗଞ୍ଜାମର ସବୁ ବ୍ଲକରେ ବିପନ୍ନଙ୍କ ବଳ ସାଜୁଛି

Smart Computer Ad
You might also like
error: Content is protected !!