ଚିକିଟି l ଗଞ୍ଜାମ ଜ଼ିଲ୍ଲା ଜଗନ୍ନାଥ ନାୟକ ll ଚ଼ିକଟି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ସମସ୍ୟା ବୁଝିଲେ ସାଂସଦ ପ୍ରତିନିଧି ତଥା ନାରୀ ନେତ୍ରୀ ମୀନା ସାମନ୍ତରାୟ।ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋବିନ୍ଦନଗର ପଞ୍ଚାୟତର ରାଧାମୋହନପୁର, କନାଡ଼, ଝରାପଲ୍ଲୀ, ଲଲମେଟ ଓ ବିରମେଖପୁର ଆଦି ଓ ସୁମାଣ୍ଡି କୁତୁରୁ କୁପା ନିଧିପେଣ୍ଠ ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ।

ଏହି ଅବସରରେ ସ୍ଥାନୀୟ ଭାଇମାନଙ୍କ ସହ ଆଲୋଚନା କରି ବିପନ୍ନଙ୍କୁ ତୁରନ୍ତ ରିଲିଫ୍ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ବିପତ୍ତି ସମୟରେ ସାଂସଦ ପ୍ରତିନିଧି ମୀନା ସାମନ୍ତରାୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ଦୁଃଖ ବୁଝିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

