ମା’ ବାଳେଶ୍ୱରୀ ପୀଠକୁ ଯିବା ରାସ୍ତା ବିପର୍ଯ୍ୟସ୍ତ, ପାହାଡ଼ ଉପରକୁ ଯାତାୟାତ ବନ୍ଦ; ଶ୍ରଦ୍ଧାଳୁ ନିରାଶ

ଦିଗପହଣ୍ଡି l ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ l ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାହାଡ଼ ଉପରେ ଅବସ୍ଥିତ ମା’ ବାଳେଶ୍ୱରୀ ପୀଠକୁ ଯିବା ରାସ୍ତା ମାଟି ଅତଡ଼ା ଖସିବା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାର ଦୟନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପାହାଡ଼ ଉପରକୁ ଯାତାୟାତ ବନ୍ଦ କରାଯାଇଛି।ଫଳରେ ଦୂରଦୂରାନ୍ତରୁ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ନିରାଶ ହେଉଛନ୍ତି। ରାସ୍ତାର ତୁରନ୍ତ ମରାମତି ସହ ଭବିଷ୍ୟତରେ ମାଟି ଅତଡ଼ା ଖସିବା ରୋକିବା ପାଇଁ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।

Smart Computer Ad
You might also like
error: Content is protected !!