ବାତ୍ୟା ବିପନ୍ନଙ୍କ ପାଖରେ କଂଗ୍ରେସ ପ୍ରଭାବିତ ପରିବାରଙ୍କୁ ରିଲିଫ ବଣ୍ଟନ

ଚିକିଟି l ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ ll ଚ଼ିକିଟି ବାତ୍ୟା ଅର୍ଣ୍ଣବ ଓ ଲଗାଣ ବର୍ଷାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ପଞ୍ଚାୟତର ସୁନାପୁର ଅଞ୍ଚଳରେ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛି କଂଗ୍ରେସ। ପ୍ରଭାବିତ ପରିବାରମାନଙ୍କ ଦୁଃଖଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି।ଏଥିସହ ଅଞ୍ଚଳରେ ଜମି ରହିଥିବା ବର୍ଷାଜଳର ନିଷ୍କାସନ ପାଇଁ ଅଗ୍ନିଶମ ବାହିନୀର ସହଯୋଗରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

ବାତ୍ୟା ବିପନ୍ନଙ୍କ ପାଖରେ କଂଗ୍ରେସ ପ୍ରଭାବିତ ପରିବାରଙ୍କୁ ରିଲିଫ ବଣ୍ଟନ

ଏହି କାର୍ଯ୍ୟକ୍ରମରେ ଚିକିଟି ବିଧାନସଭା କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ରନାଥ ଦ୍ୟାନ ସାମନ୍ତରା ଏବଂ ବ୍ଲକ କଂଗ୍ରେସ ସଭାପତି ନିଗମାନନ୍ଦ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ବିପନ୍ନଙ୍କୁ ସହାୟତା ପ୍ରଦାନ କରିଥିଲେ।ଅନ୍ୟପକ୍ଷରେ, ବାତ୍ୟା ଓ ଲଗାଣ ବର୍ଷାରେ ଅନେକ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ନଷ୍ଟ ହୋଇଥିବାରୁ ସେମାନଙ୍କ ଶିକ୍ଷା ନେଇ ଚିନ୍ତା ପ୍ରକାଶ କରିଛି କଂଗ୍ରେସ। ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି ଜଣାଇଛି ଦଳ।ବିପର୍ଯ୍ୟୟ ଯୋଗୁଁ ଶିକ୍ଷାଦାନ ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି

Smart Computer Ad
You might also like
error: Content is protected !!