ବେପରୁଆ ଭାବେ ଚଳାଇ ଏକ ଅଟୋକୁ ଧକ୍କା

ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର | ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଏକ ନୂଆ ମହିନ୍ଦ୍ରା ଇଭି କାର୍‌କୁ ଭୁଲ୍ ରାସ୍ତାରେ ଅତି ବେପରୁଆ ଭାବେ ଚଳାଇ ଏକ ଅଟୋକୁ ଧକ୍କା ଦେବା ଏବଂ ଅଟୋ ଯାତ୍ରୀଙ୍କ ଉପରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମଞ୍ଚେଶ୍ଵର ପୋଲିସ କାର୍ ଚାଳକକୁ ଗିରଫ କରିଛି। ଦୁର୍ଘଟଣା ଘଟାଇଥିବା ମହିନ୍ଦ୍ରା ଇଭି କାରକୁ ମଧ୍ୟ ଜବତ କରାଯାଇଛି।ତଦନ୍ତରୁ ଜଣାପଡ଼ିଛି ଯେ, ଗତକାଲି ତା ୧୪.୧୦.୨୦୨୬ ରାତି ପ୍ରାୟ ୯ ଟାରେ ଅଟୋ ଡ୍ରାଇଭର ଅଭିଯୋଗକାରୀ ପରମାନନ୍ଦ ସାହୁ ନିଜ ଅଟୋରେ ଜୟନ୍ତ ମହାପାତ୍ର ନାମକ ଜଣେ ଯାତ୍ରୀଙ୍କୁ ବସାଇ ଜୟଦେବ ବିହାରରୁ ମଞ୍ଚେଶ୍ୱର ରେଳବାଇ କଲୋନୀ ଅଭିମୁଖେ ଯାଉଥିଲେ। ମଞ୍ଚେଶ୍ୱର ରେଳବାଇ ଡାକ୍ତରଖାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ମହିନ୍ଦ୍ରା କାର୍ ଅତି କ୍ଷିପ୍ର ଗତିରେ ଆସି ଅଟୋକୁ ସାମ୍ନାରୁ ଧକ୍କା ଦେଇଥିଲା।

Smart Computer Ad
You might also like
error: Content is protected !!