ସୋନପୁର l ଶ୍ରୀକାନ୍ତ ସାହୁ l ସ୍ୱଚ୍ଛତା ପ୍ରତି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ଜନସେବା କେନ୍ଦ୍ରର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଅମିତ କୁମାର ସାହୁ ଏବଂ ଜିଲ୍ଲାର ଜନସେବା ସଂଚାଳକମାନଙ୍କ ପକ୍ଷରୁ ସୋନପୁର ସମୁଦ୍ରକୂଳରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ସହ ପିକନିକ୍ ଫିଷ୍ଟ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ‘ସ୍ୱଚ୍ଛତା ହିଁ ସର୍ବୋପରି’ ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା।

ସମୁଦ୍ରକୂଳରେ ଜମା ହେଉଥିବା ଆବର୍ଜନା ସଫା କରିବା ସହ ପରିବେଶକୁ ପରିଷ୍କାର ଓ ପରିମଳ ରଖିବା ପାଇଁ ଏହି ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା।ସମୁଦ୍ରକୂଳର ସ୍ୱଚ୍ଛତା ରକ୍ଷା କରିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।

ପରିବେଶକୁ ସୁରକ୍ଷିତ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଆଗେଇ ଆସିବା ଆବଶ୍ୟକ ବୋଲି ଏହି ଅଭିଯାନ ଏକ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲା।ବାର୍ତ୍ତା: ସ୍ୱଚ୍ଛ ସମୁଦ୍ରକୂଳ, ସୁନ୍ଦର ପରିବେଶ — ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ।

