ବାଲିଗୁଡ଼ାରେ ଭୟାବହ ସଡ଼କ ଦୁର୍ଘଟଣା: କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ବାଲିଗୁଡ଼ା, ୯/୧୦: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ବାଟାଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାରୁତି ସ୍ୱିଫ୍ଟ କାର୍‌ ଓ ପଲସର ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ମୃତକ ଜଣକ ବନେମିଲା ଗ୍ରାମର ପଦ୍ମ ମଲ୍ଲିକ ବୋଲି ଜଣାପଡ଼ିଛି। ଗୁରୁତର ଆହତ ବ୍ୟକ୍ତି ଜଣକ ଗୋପାଳ ମଲ୍ଲିକ ବୋଲି ସୂଚନା ମିଳିଛି।

ବାଲିଗୁଡ଼ାରେ ଭୟାବହ ସଡ଼କ ଦୁର୍ଘଟଣା: କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ଆଜି ସକାଳେ ବାଟାଗୁଡ଼ା ନିକଟରେ ମାରୁତି ସ୍ୱିଫ୍ଟ କାର୍‌ ଓ ପଲସର ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍‌ରେ ଥିବା ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପଦ୍ମ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବାବେଳେ ଗୋପାଳ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି।ଅନ୍ୟପକ୍ଷରେ, ଆଜି ସକାଳେ ଅଞ୍ଚଳରେ ଘନ କୁହୁଡ଼ି ରହିଥିବାରୁ ଦୃଶ୍ୟମାନତା କମିଯିବା ଫଳରେ ଏହି ଦୁର୍ଘଟଣା ଘଟିଥାଇପାରେ

ବାଲିଗୁଡ଼ାରେ ଭୟାବହ ସଡ଼କ ଦୁର୍ଘଟଣା: କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଆଧିକାରିକ ସୂଚନା ମିଳିନାହିଁ।ଘନ କୁହୁଡ଼ି ସମୟରେ ଜାତୀୟ ରାଜପଥରେ ଯାତାୟାତ କରିବାବେଳେ ଯାନବାହନ ଚାଳକମାନେ ସତର୍କ ରହିବା ସହ ଗାଡ଼ିର ଗତି ନିୟନ୍ତ୍ରଣରେ ରଖିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Smart Computer Ad
You might also like
error: Content is protected !!