ମହକ-୨୦୨୬ ଶିଶୁ ମହୋତ୍ସବରେ ଉଜ୍ଜ୍ୱଳ ହେଲା ଅନ୍ତେବାସୀଙ୍କ ପ୍ରତିଭା୨୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଅଂଶଗ୍ରହଣ, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ
କନ୍ଧମାଳ, ୫/୧୦: ସୁକାନ୍ତ କୁମାର ତ୍ରିପାଠୀ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ଓ ସେମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉଦଯାପିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍,

କନ୍ଧମାଳର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି କାର୍ଯ୍ୟାଳୟ ଅଡିଟୋରିୟମରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା।ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ୨୫୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଏଥିରେ ଯୋଗଦେଇଥିଲେ। ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ବକ୍ତୃତା, ଏକତା ସଙ୍ଗୀତ, ନୃତ୍ୟ ସମେତ ବିଭିନ୍ନ

ପ୍ରତିଯୋଗିତାରେ ଶିଶୁମାନେ ଉତ୍ସାହର ସହ ଭାଗ ନେଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ।ଜିଲ୍ଲାପାଳ ବେଦ ଭୂଷଣ ମହୋତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ

ମହୋତ୍ସବର ଉଦ୍ଦେଶ୍ୟ ଓ ଶିଶୁମାନଙ୍କ ପାଇଁ ଏଭଳି ମଞ୍ଚର ଗୁରୁତ୍ୱ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରତ୍ନେଶ୍ୱର ସାହୁ, ସଦସ୍ୟ ଅଶୋକ କୁମାର କିଶୋର, ସଦସ୍ୟା ରଞ୍ଜିତା ଏବଂ ବନବାସୀ ସେବା ସମିତିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା

ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।ବିଶେଷକରି ଟାଲେଣ୍ଟ ହଣ୍ଟ ଓ ନୃତ୍ୟ ପ୍ରତିଯୋଗିତା ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା। ନିଜ ପ୍ରତିଭାକୁ ଏକ ବଡ଼ ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ପାଇ ଶିଶୁମାନେ ଆନନ୍ଦିତ ହୋଇଥିଲେ। ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ଆତ୍ମବିଶ୍ୱାସ

ବଢ଼ାଇବା ସହ ସେମାନଙ୍କ ସୃଜନଶୀଳତା ଓ ଲୁକାୟିତ ପ୍ରତିଭାକୁ ଆଗକୁ ଆଣିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମକୁ ଅଶୋକ କୁମାର ମହାନ୍ତି ଓ ମଧୁସ୍ମିତା ସଂଚାଳନ କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସମସ୍ତ କର୍ମଚାରୀ ମହୋତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।
