ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର ||
ଜଟଣୀ: ଜଟଣୀର ପ୍ରତିଷ୍ଠିତ ବୃଦ୍ଧାଶ୍ରମ ଆଶାକିରଣ ହୋମରେ ଆଜି ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି | ଆଶାକିରଣ ହୋମର ପ୍ରତିଷ୍ଠାତା ହୋଚମିନ ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ ନାୟକ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଜଟଣୀ ବ୍ଲକ ବିଡ଼ିଓ ବସନ୍ତ ହାତୀ ସଭାପତିତ୍ବ କରିଥିବା ବେଳେ ସ୍ବତନ୍ତ୍ର ସମ୍ମାନିତ ଅତିଥ୍ୟାଭାବେ ବିଜେପି ଜିଲ୍ଲା ସଭାପତି ବିଶ୍ଵରଞ୍ଜନ ବଡ଼ଜେନା ଯୋଗ ଦେଇଥିଲେ।
ଅନ୍ୟତମ ଅତିଥିଭାବେ ଜଟଣୀ ବ୍ଲକ ଓ ପୌରପରିଷଦର ବି ଏସ ଏସ, ପୌରନିର୍ବାହୀ ଅଧୂକାରିଣୀ ଆକୃତି ଗୋଏଙ୍କା, ଜଟଣୀ ଥାନା ବରିଷ୍ଠ ନାଗରିକ ସେଲ ନୋଡାଲ ଅଫିସର, ସାଂସଦ ପ୍ରତିନିଧ୍ (ବ୍ଲକ ) ମନୋଜ କୁମାର ନନ୍ଦ, ଓ ପୌରାଞ୍ଚଳ ପ୍ରତିନିଧ୍ (ପୌରପରିଷଦ ) ସତୀଶ ଶର୍ମା ଏବଂ ଆଇନଜୀବୀ ଶିବୁ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଅତିଥିମାନେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ଉପରେ ବିଭିନ୍ନ ଆଲୋଚନା କରି ସରକାରଙ୍କ ନିକଟରେ ଉପସ୍ଥାପନ କରି କାର୍ଯ୍ୟକାରୀ କରିବାକୁ କହିଥିଲେ I ଏଥ୍ ସହିତ ଆଶାକିରଣ ହୋମର ପ୍ରତିଷ୍ଠାତା ହୋଚମିନ ଶାସ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ପାଇଁ ସାଇ ଦରବାର ପରିସରରେ ଦେୟମୁକ୍ତ ଜିମ ସେଣ୍ଟର ଓ ରାତ୍ର ରହଣି କରିବା ଲାଗି ୧୦ଜଣ ବରିଷ୍ଠ ନାଗରିକଙ୍କ ପାଇଁ ସୁବ୍ୟବସ୍ଥା କରିଥିବା କହିଛନ୍ତି I
