ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ବାଲିଗୁଡ଼ା, ୦୨/୧୦:ସୁକାନ୍ତ କୁମାର ତ୍ରିପାଠୀ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ବାଲିଗୁଡ଼ା ସହରରେ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ପାଳିତ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ହୋଇଯାଇଛି। ଏହି ଅବସରରେ ପିଡବ୍ଲ୍ୟୁଡି ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଅତିଥ୍ ଓ ଉପସ୍ଥିତ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ମହାନ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କାର୍ଯ୍ୟକ୍ରମରେ ପିଏ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧୂକାରୀ ବିବେକାନନ୍ଦ ଦଳାଇ, ଉପଖଣ୍ଡ ସୂଚନା ଓ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ଲୋକସମ୍ପର୍କ ଅଧିକାରୀ ଶିବଶଙ୍କର ସମରଥ, ତୀର୍ଥବାସୀ ଘଡ଼ାଇ, ଅଭିମନ୍ୟୁ ପ୍ରଧାନ, ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ଯୋଗଦେଇଥିଲେ।ମାଲ୍ୟାର୍ପଣ ପରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସ୍ବଚ୍ଛତା ଓ ସରଳ ଜୀବନର ଆଦର୍ଶ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ଲାଲବାହାଦୁର ଶାସ୍ତ୍ରୀଙ୍କ ଦେଶପ୍ରେମ, ନିଷ୍ଠା,

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ଶୃଙ୍ଖଳା ଓ ସରଳ ଜୀବନଶୈଳୀକୁ ସ୍ମରଣ କରାଯାଇଥିଲା। ଦୁଇ ମହାନ ବ୍ୟକ୍ତିତ୍ବଙ୍କ ଜୀବନ ଓ ଆଦର୍ଶ ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ଉପସ୍ଥିତ ବକ୍ତାମାନେ ମତ ରଖିଥିଲେ।ଗାନ୍ଧୀ ଓ ଶାସ୍ତ୍ରୀ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ଜୟନ୍ତୀ ପାଳନର ଅନ୍ୟତମ ଆକର୍ଷଣ ଥୂଲା ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ବେଶଭୂଷାରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ସାମିଲ ହୋଇଥିଲେ। ହାତରେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ।ଶୋଭାଯାତ୍ରା ସମୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଗାନ୍ଧୀଙ୍କ ସତ୍ୟ,

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ଅହିଂସା ଓ ସ୍ବଚ୍ଛତାର ବାର୍ତ୍ତା ସହ ଶାସ୍ତ୍ରୀଙ୍କ ଦେଶପ୍ରେମ, ଶୃଙ୍ଖଳା ଓ ନିଷ୍ଠାର ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇଥିଲେ। ଶୋଭାଯାତ୍ରା ସହରର ବିଭିନ୍ନ ରାସ୍ତା ଦେଇ ଯିବା ସମୟରେ ସହରବାସୀଙ୍କ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସ ମାଧ୍ଯମରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନାଦର୍ଶକୁ ନୂତନ ପିଢ଼ି ମଧ୍ଯରେ ପ‌ହଞ୍ଚାଇବାର ଉଦ୍ୟମ କରାଯାଇଥିଲା। ସ୍ବାଧୀନତା ପରବର୍ତ୍ତୀ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ଭାରତ ଗଠନରେ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସ୍ମରଣ କରି ଛାତ୍ରଛାତ୍ରୀମାନେ ଦେଶର ଏକତା, ଶାନ୍ତି, ସ୍ବଚ୍ଛତା ଓ ଭାଇଚାରାର ବାର୍ତ୍ତା ଦେଇଥିଲେ।ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀର ଏହି ମିଳିତ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ପାଳନ ବାଲିଗୁଡ଼ା ସହରରେ ଦେଶପ୍ରେମ, ସ୍ବଚ୍ଛତା ଓ ନୈତିକ ମୂଲ୍ୟବୋଧ ପ୍ରତି ସଚେତନତାର ଏକ ପରିବେଶ ସୃଷ୍ଟି କରିଥିଲା। ଦୁଇ ମହାନ ନେତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସମାଜ ଓ

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

ଦେଶର ଉନ୍ନତିରେ ଯୁବପିଢ଼ି ଆଗେଇ ଆସିବା ଆବଶ୍ୟକ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା ।

ବାଲିଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଶୋଭାଯାତ୍ରାରେ ଦେଶପ୍ରେମର ବାର୍ତା

Smart Computer Ad
You might also like
error: Content is protected !!