ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ ସହ ବାପାମାନଙ୍କୁ ସମ୍ମାନ

ବାଲିଗୁଡ଼ା,୨୯/୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ନୁଆସାହିସ୍ଥିତ ପାତ୍ରସାହି, ବଡ଼ସାହି ଓ ଆମ୍ବସାହି ଅଙ୍ଗନବାଡ଼ି କେନ୍ଦ୍ରରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଛି। ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ତିନିଦିନ ଧରି ବିଭିନ୍ନ ସଚେତନତାମୂଳକ ଓ ପୁଷ୍ଟି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉତ୍ସବର ପ୍ରଥମ ଦିନରେ ଅଭିଭାବକମାନଙ୍କ ଦ୍ୱାରା ଘରେ ପ୍ରସ୍ତୁତ ବିଭିନ୍ନ ପୁଷ୍ଟିକର ଓ ସ୍ୱାଦିଷ୍ଟ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା। ଖାଦ୍ୟର ପୁଷ୍ଟିମୂଲ୍ୟ, ସ୍ୱାଦ ଓ ପ୍ରସ୍ତୁତିକୁ ଆଧାର କରି ତିନିଜଣ ବାପାଙ୍କୁ ଯୋଗ୍ୟ ପ୍ରତିଯୋଗୀ ଭାବେ ଚୟନ କରାଯାଇଥିଲା।ଚୟନ ହୋଇଥିବା ତିନିଜଣଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମାନପତ୍ର ସହ ଫଳ ଝୁଡ଼ି ପ୍ରଦାନ କରାଯାଇଥିଲା। ପିଆରଆଇ ଓ ଏସଏମସି

ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ ସହ ବାପାମାନଙ୍କୁ ସମ୍ମାନ

ସଦସ୍ୟମାନଙ୍କ ପକ୍ଷରୁ ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।କର୍ଯ୍ୟକ୍ରମରେ ଗ୍ରାମର ବିଭିନ୍ନ ବର୍ଗର ସଦସ୍ୟସଦସ୍ୟା, କିଶୋରୀ, କାଉନସିଲର ଓ ଅଙ୍ଗନବାଡ଼ି ମନିଟରିଂ କମିଟିର ସଦସ୍ୟମାନେ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ। ଶିଶୁମାନଙ୍କ ସୁସ୍ଥ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।ଅଙ୍ଗନବାଡ଼ି କର୍ମୀ ଶକୁନ୍ତଳା ମଳିକ, ଦୀପ୍ତିରାଣୀ ପଟ୍ଟନାୟକ ଓ ସଞ୍ଜିତା ଗଡ଼ତ୍ୟାଙ୍କ ସମେତ ଅଙ୍ଗନବାଡ଼ି ସହାୟିକା ଏବଂ ଗ୍ରାମର ମାଆ-ଭଉଣୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିଶୁଙ୍କ ପୁଷ୍ଟି, ଅଭିଭାବକଙ୍କ ଅଂଶଗ୍ରହଣ ଓ ସମୁଦାୟର ସହଯୋଗକୁ ନେଇ ଏହି ଉତ୍ସବ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଣତ ହୋଇଥିଲା।

Smart Computer Ad
You might also like
error: Content is protected !!