ମାଙ୍କଡ ଡେଇଁ ପଡ଼ିବାରୁ ଗାଡ଼ିରୁ ଖସିଲେ ଯୁବକ, ଚିକିଟିଗଡ଼ରେ ଦୁର୍ଘଟଣା

ଚିକିଟି | ବମକେଇ | ଜଗନ୍ନାଥ ନାୟକ ||
ସୂଚନା ଅନୁସାରେ, ଚିକିଟି ବ୍ଲକ ଅନ୍ତର୍ଗତ ବମକେଇ ଗ୍ରାମର ଜିତେନ୍ଦ୍ର ପ୍ରଧାନ ଆଜି ସକାଳେ ନିଜ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଗାଡ଼ି ଯୋଗେ ଯାଉଥିବା ବେଳେ ଚିକିଟିଗଡ଼ ନିକଟ ରାସ୍ତା କଡ଼ରୁ ହଠାତ୍ ଏକ ମାଙ୍କଡ ତାଙ୍କ ଗାଡ଼ି ଉପରକୁ ଡେଇଁ ପଡ଼ିଥିଲା। ଫଳରେ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ରାସ୍ତାରେ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି।

ମାଙ୍କଡ ଡେଇଁ ପଡ଼ିବାରୁ ଗାଡ଼ିରୁ ଖସିଲେ ଯୁବକ, ଚିକିଟିଗଡ଼ରେ ଦୁର୍ଘଟଣା


ସୂଚନାଯୋଗ୍ୟ ଯେ, ଚିକିଟିଗଡ଼ ଓ ଚିକିଟିପେଣ୍ଠ ମୁଖ୍ୟ ରାସ୍ତାରେ ମାଙ୍କଡ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଦୁର୍ଘଟଣା ଘଟି ସାରିଛି। ଏଥିପ୍ରତି ଏନଏସି କତୃପକ୍ଷ ଏବଂ ବନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Smart Computer Ad
You might also like
error: Content is protected !!