ଛତିଶଗଡ଼ ଆଡ଼େ ମୁହାଁଇଛି ଗଭୀର ଅବପାତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ୱର: ଛତିଶଗଡ଼ ଆଡ଼େ ମୁହାଁଇଛି ଗଭୀର ଅବପାତ। ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଏହି ସିଷ୍ଟମ ଧୀରେ ଧୀରେ ଦୁର୍ବଳ ହେଉଛି। ଆଗାମୀ ସମୟରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ଜାରି ରହିଛି। ଆଜି କୋରାପୁଟ, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ସକାଳ ୮ଟା ୩୦ ସୁଦ୍ଧା ଏହି ତିନି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ବଲାଙ୍ଗିର ଓ ନୂଆପଡ଼ା ପାଇଁ ଅରେଞ୍ଜ ଆଲର୍ଟ ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲିଠାରୁ ବର୍ଷାର ପ୍ରକୋପ କମିବା ସହ ପାଗରେ ପରିବର୍ତ୍ତନ ଆସିପାରେ।

Smart Computer Ad
You might also like
error: Content is protected !!