ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

ଦିଗପହଣ୍ଡି I ଜଗନ୍ନାଥ ନାୟକ I ରାଜ୍ୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ ରୌପ୍ୟ ଓ କାସ୍ୟ ପଦକ ଜିତିବା ସହ ଦିଗପହଣ୍ଡି ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାକୁ ଅର୍ଚିତା ସେଠି ଓ ଅଞ୍ଜନା ଗୌଡ଼ ଗୌରବାନ୍ବିତ କରିଛନ୍ତି l ଗତ 18 ରୁ 20 ତାରିଖ ମଧ୍ୟରେ ପୁରୀ ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡାର 14 ଓ 17 ବର୍ଷରୁ କମ ରେସଲିଙ୍ଗ(କୁସ୍ତି)ବିଭାଗରେ ଭାଗ ନେଇ 49 କି.ଗ୍ରା ବର୍ଗରେ ଅର୍ଚିତା ସେଠି ରୌପ୍ୟ ଚମ୍ପିୟନ ହେବାସହ ପଦକ ହାସଲ କରିଛନ୍ତି l ଆଉଜଣେ ଯିଏକି 40 କି. ଗ୍ରା ବର୍ଗରେ ଅଞ୍ଜନା ଗୌଡ଼ କାସ୍ୟ ଚାମ୍ପିୟନ ହେବାସହ ପଦକ ହାସଲ କରିଛନ୍ତି l

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

ଦିଗପହଣ୍ଡି ବ୍ଲକର ପଦ୍ମନାଭ ପୁର ଗ୍ରାମ ପଂଚାୟତ ଭୁଶୁଣ୍ଡା ଗ୍ରାମରେ ଜନ୍ମିତ ଅର୍ଚିତା ସେଠି , ଦ୍ୱାରଗାମ ଗ୍ରାମରେ ଜନ୍ମିତ ଅଞ୍ଜନା ଗୌଡ଼ ପିଲାବେଳରୁ ହିଁ ପାଠପଢା ସହିତ କ୍ରୀଡା ପ୍ରତି ଆକୃଷ୍ଟ ଥିବା ସୂଚନା ମିଳିଥିଲା ଏହି ବ୍ଲକର ରାଧା ଦାମୋଦର ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖି ଅର୍ଚିତାଙ୍କ ବାପା ସୁଦାମ ସେଠି ଓ ଅଞ୍ଜନା ଙ୍କର ବାପା ସିମାଞ୍ଚଳ ଗୌଡ଼ ପ୍ରୋତ୍ସାହନ ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅର୍ଚିତାଙ୍କର ଓ ଅଞ୍ଜନାଙ୍କର କ୍ରୀଡା ଜୀବନ ଆରମ୍ଭ ହୋଇଥିବା ବେଳେ ସେ ଏଥିଲାଗି ଅର୍ଚିତାଙ୍କୁ ଓ ଅଞ୍ଜନାଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ l

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

ପ୍ରଥମ ଗୁରୁ ଭାବେ କ୍ରୀଡା ଶିକ୍ଷକ ଏମ. ଗୋପାଳ କୃଷ୍ଣ ରେଡିଙ୍କ ତାଲିମରେ ଅର୍ଚିତା, ଅଞ୍ଜନା, ପିଙ୍କି, ଲିପ୍ସା, ସରିତା ରେସଲିଙ୍ଗ ଶିକ୍ଷା ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ କୋଚ ଭାବେ ମଧ୍ୟ କ୍ରୀଡା ଶିକ୍ଷକଙ୍କ ତତ୍ୱାବଧାନରେ ଜିଲ୍ଲା ସ୍ତରୀୟ ରେ ପାଞ୍ଚଜଣ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଦୁଇଜଣ ଅଂଶ ଗ୍ରହଣ କରିଥିଲେ l

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

2025-26ରେ ମଧ୍ୟ ନେଟ ବାଲରେ ଆଦ୍ୟସା ବିଷୋୟୀ,ଆଶା ସେଠି,ଜିଲ୍ଲା ସ୍ତରରୁ ଉତୀର୍ଣ୍ଣ ହୋଇ ରାଜ୍ୟସ୍ତରୀୟକୁ 01 ଜଣ ଅଂଶ ଗ୍ରହଣ କରି ଆମ ବ୍ଲକକୁ ଗୌରବ ଆଣିଥିଲେ l ଚଳିତ ବର୍ଷ 2026-27 ମଧ୍ୟ ରେସଲିଙ୍ଗ (କୁସ୍ତି)ରେ ଅର୍ଚିତା ସେଠି , ଅଞ୍ଜନା ଗୌଡ଼,ସେଥି ମଧ୍ୟରୁ ଯିଏକି ଅର୍ଚିତା ସେଠି ରୌପ୍ୟ (SILVER) ପଦକ,ଅଞ୍ଜନା ଗୌଡ଼ କାସ୍ୟ (BRONZE)ପଦକ ହାସଲ କରି ଆମ ବ୍ଲକ, ଜ଼ିଲ୍ଲା କୁ ଗୌରବ ଆଣିଛନ୍ତି I

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

ଏହି ସଫଳତା ଲାଗି ପଦ୍ମନାଭପୁର ଗ୍ରାମବାସୀଙ୍କ ସହ ବହୁ ଶୁଭେଛୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମାରୀ କବିତା ବେହେରା , ଶିକ୍ଷକ ଓ ଶିକ୍ଷୟତ୍ରୀ ପୁଷ୍ପ ଗୋଚ୍ଛ ସହ ସମ୍ଭର୍ଦ୍ଧନା କରି ଛାତ୍ରୀମାନଙ୍କୁ ଉତ୍ସାହ ଦେଇ ଆନନ୍ଦ ଲହରୀ ଖେଳିଛି l

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ,ବ୍ଲକଶିକ୍ଷା ଅଧିକାରୀ ଭୋପେନ କୁମାର ମହାନ୍ତ,ସହ ଶିକ୍ଷା ଗୋଷ୍ଠୀ ଅଧିକାରୀ ରସାନନ୍ଦ ଘଡେଇ, ଵାଲା ମାଝୀ,ବିଶ୍ରବା ପାଇକ,ସି.ଆର.ସିସି, ଏସ. ଏମ.ସି, କ୍ରୀଡା ସମ୍ପାଦକ ଓ ବ୍ଲକ କ୍ରୀଡା ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଭବିଷ୍ୟତର କ୍ରୀଡା ଜୀବନ ପାଇଁ ଶୁଭକାମନା ଜଣେଇଛନ୍ତି l

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ ପଦକ ଅର୍ଚିତା ଓ କାସ୍ୟ ପଦକ ଅଞ୍ଜନା ଗୌଡ଼.

Smart Computer Ad
You might also like
error: Content is protected !!