ରାଷ୍ଟୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥା (ନାଇଜର) ଛାତ୍ରବାସରୁ ଡେଇଁ ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର | ଖୋର୍ଦ୍ଧା | ସଂଜୀବ କୁମାର ||
ଜଟଣୀ ସ୍ଥିତ ରାଷ୍ଟୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥା (ନାଇଜର) ଭୁବନେଶ୍ଵର ରେ ଅଧ୍ୟୟନ କରୁଥିବା ଜଣେ ମାଷ୍ଟର ସାଇନ୍ସ ତୃତୀୟ ବର୍ଷର ଛାତ୍ର ଭାଗିରଥି ଛାତ୍ରବାସରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ଙ୍କ ନାମ ବିନୟ ସନ୍ୟାସୀ ଭେଙ୍କଟ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l ବିନୟ ସନ୍ୟାସୀ ମାଷ୍ଟର ସାଇନ୍ସ ର ୩ବର୍ଷ ର ଛାତ୍ର ହୋଇଥିବା ବେଳେ । ବିନୟ ସନ୍ୟାସୀଙ୍କ ଘର ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଞ୍ଚଳରେ ବୋଲି ଜଣାପଡିଛି ।ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ଏନେଇ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ ଯୋଗାଯୋଗ କରିଥିବା କହିଛି l
