ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଗଞ୍ଜାମ ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ

ବ୍ରହ୍ମପୁର,(ବିଚିତ୍ରସାହୁ):-

ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମାହୋଦୟାଙ୍କ ୨ ଦିନିଆ ଗଞ୍ଜାମ ଜିଲ୍ଲା ପରିଦର୍ଶନ ଓ କାର୍ଯ୍ୟ ପନ୍ଥା ଗ୍ରହଣ ସମସ୍ତ ମହିଳା ଓ ଶିଶୁ ମାନଙ୍କ ମନରେ ଦୃଢ଼ ବିଶ୍ୱାସ ସୃଷ୍ଟି କକରିପାରିଛି।ଏଥିରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଅଙ୍ଗନୱାଡି କେନ୍ଦ୍ର,ଓ ବିଦ୍ୟାଳୟ ,ଶେରଗଡ଼ ବ୍ଲକ ଅନ୍ତର୍ଗତ କିର୍ତ୍ତିପୁର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ,ଧରାକୋଟ ବ୍ଲକ ଅନ୍ତର୍ଗତ କୁଶପଦା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି,ପ୍ରତ୍ୟକ୍ଷ ତତ୍ତ୍ବାବନରେ ସମସ୍ତ କାର୍ଯ୍ୟକୁ ତନତନ କରି ପର୍ଯ୍ୟବେକ୍ଷଣ କରିଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ଓ ଶିଶୁ ମାନଙ୍କ ନିମନ୍ତେ ଉପଲବ୍ଧ ସ୍ଵାସ୍ଥ୍ୟସେବା ଓ ଆବଶ୍ୟକୀୟ ପଦକ୍ଷେପ ସମ୍ୱନ୍ଧରେ ସମୀକ୍ଷା କରିଥିଲେ,ବିଶୁଦ୍ଧ ପାନୀୟ ଜଳ ପାଇଁ ହୋଲୋଜେନ୍ ବଟିକାର ବ୍ୟବହାର ସମ୍ୱନ୍ଧରେ ଅବଗତ କରାଇ,ପରିବେଶ ର ସ୍ୱଚ୍ଛତା ଓ ସଂକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ବ୍ଲିଚିଂ ପାଉଡର୍ ଓ ଫିନାଇଲ ର ବ୍ୟବହାର କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।ଏଦତ ବ୍ୟତୀତ ଉପରୋକ୍ତ ତିନୋଟି ବ୍ଲକର ଅଧିକାସ ଗ୍ରାମ ପରିଦର୍ଶନ କରି ବହୁ ମହିଳା ଓ ଶିଶୁ ମାନଙ୍କୁ ଭେଟି ସରକାରଙ୍କ ତରଫରୁ ମାଗଣା ଭୋଜନ ବ୍ୟବସ୍ଥା,ସ୍ୱାସ୍ଥ୍ୟ ଅବସ୍ଥା ସହିତ ସେମାନଙ୍କର ବ୍ୟକ୍ତିଗତ ସମସ୍ୟା କୁ ଆଲୋଚନା କରି ତାହାର ସମାଧାନ ଉଦ୍ୟମ କରିଥିଲେ। ବିପର୍ଯ୍ୟୟ ସମୟରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଉତ୍ତମ ଚିକିତ୍ସା ସେବା ନିମନ୍ତେ ଆୟୋଗ ସର୍ବଦା ,ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛି। ଯଥା ସମୟରେ କାର୍ଯ୍ୟପନ୍ଥା ଗ୍ରହଣ କରି ଯେ କୌଣସି ପରିସ୍ଥିତି ରେ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ନେବା ଆମର କର୍ତ୍ତବ୍ୟ ବୋଲି ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଆବେଗରେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡ ବିଡିଓ,ଶେରଗଡ଼ ବିଡ଼ିଓ,ଜିଲ୍ଲା ଶିଶୁ ସମାଜ ମଙ୍ଗଳ ଅଧିକାରୀ, ଡିସିପିଓ, ସିଡ଼ିପିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!