ଚିକିଟୀ,(ଜଗନ୍ନାଥ ନାୟକ):-
କୋମଳମତି ଶିଶୁ ମୁଖରେ ହସ ଫୁଟାଇ କଢ଼ିରୁ ଫୁଲ କରିବା ଉଦ୍ଦେଶ୍ୟରେ ଚିକିଟୀ ବ୍ଲକ ଅନ୍ତର୍ଗତ କରବାଲୁଆ କ୍ଲଷ୍ଟରର ମାସିକ ଶୈକ୍ଷିକ ପ୍ରଶିକ୍ଷଣ ବୈଠକ ସିଆରସିସି ମିନତି କୁମାରୀ ପାଠୀ, ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ, ଚିକିଟୀପେଣ୍ଠଠାରେ ଅନୁଷ୍ଠିତ କରାଇଥିଲେ। ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ପି. ଜଗଦମ୍ବାଙ୍କ ବିଭୁ ପ୍ରାର୍ଥନାରେ ବୈଠକର କାର୍ଯ୍ୟକ୍ରମ ଅଗ୍ରସର ହୋଇଥିଲା।ଚଳିତ ଶୈକ୍ଷିକ ବୈଠକରେ ଏସ୍ସିଇଆର୍ଟି, ଭୁବନେଶ୍ୱର ଦ୍ୱାରା ମନୋନୀତ ସିଆରଜି ସୁନୀଲ ପାଣିଗ୍ରାହୀ, ବୈଠକରେ ଉପସ୍ଥିତ ରହି ସିଆରସିସିଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ପ୍ରାରମ୍ଭିକ ସ୍ତରର ଆକଳନ ପଦ୍ଧତି, ମୌଳିକ ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନର ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତି, ସାମଗ୍ରିକ ପ୍ରଗତି, ପତ୍ର ପୂରଣ, ‘ମୋ ଡାଏରୀ’ର ବ୍ୟବହାର, ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣ ପ୍ରଭୃତି ବିଷୟବସ୍ତୁରେ ଆଲୋଚନା ହୋଇଥିଲା।ପ୍ରାଥମିକ ବିଦ୍ୟାଳୟ ଚିକିଟୀପେଣ୍ଠର ପ୍ରଧାନ ଶିକ୍ଷକ ସୁନୀଲ ପାଣିଗ୍ରାହୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏଥିରେ ପ୍ରାରମ୍ଭିକ ସ୍ତରର ସୁପରିଚାଳନା ଓ ଶୃଙ୍ଖଳା, ଆଲୋଚନା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଶିକ୍ଷକଙ୍କ ମନୋବଳ ଓ ଶିକ୍ଷଣ ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରୁଛି। ସିଆରସିସି ଶ୍ରୀମତୀ ପାଠୀଙ୍କ ସହିତ ବିଦ୍ୟାର୍ଥୀଙ୍କ ଶିକ୍ଷଣରେ ଢେରସାରା ପ୍ରେରଣା ଓ ଉନ୍ନତି ଆଣିପାରୁଛି ବୋଲି ମତ ପ୍ରକାଶ ପାଇଥିଲା।ନ୍ଯୂଜ ନର୍ଭ ଜଗନ୍ନାଥ ନାୟକ
