ସେବା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ବାଲିଗୁଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡ଼ା, ତା. ୩୧/୦୮: ସୁକାନ୍ତ କୁମାର ତ୍ରିପାଠୀ

ବିଭିନ୍ନ କାର୍ଯ୍ୟକ୍ରମ ଓ ସେବାମୂଳକ ପଦକ୍ଷେପ ମାଧ୍ୟମରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଦିନ ଆରମ୍ଭରୁ ସହରରେ ରାମଧୁନ ପରିବେଷଣ

ସେବା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ବାଲିଗୁଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ହୋଇଥିବା ବେଳେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।ଦିବସ ପାଳନର ପ୍ରାରମ୍ଭରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ ଓ ଏନଏସି କର୍ମଚାରୀମାନେ ସହରର

ସେବା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ବାଲିଗୁଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ପାରମ୍ପରିକ ଆନୁଷ୍ଠାନିକତା ସହ ସୀମିତ ନରଖି ଦିବସଟିକୁ ଜନସେବା ସହ

ସେବା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ବାଲିଗୁଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଯୋଡ଼ିବା ପାଇଁ ଏନଏସି ପକ୍ଷରୁ ଅଭିନବ ପଦକ୍ଷେପ ନିଆଯାଇଥିଲା। ଅତିଥିମାନେ ବୃଦ୍ଧାଶ୍ରମକୁ ଯାଇ ଅନ୍ତେବାସୀଙ୍କ ସହ ସମୟ ବିତାଇବା ସହ ଫଳ ବଣ୍ଟନ କରିଥିଲେ। ସେହିପରି ଉପଖଣ୍ଡ ଚିକିତ୍ସାଳୟରେ

ସେବା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ବାଲିଗୁଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଚିକିତ୍ସାଧୀନ ରୋଗୀ ଏବଂ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା।ସ୍ଥାନୀୟ ଟାଉନ୍‌ହଲ୍‌ ପରିସରରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସର ସିଧାପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ସଭା

ଶୁଭାରମ୍ଭ କରିଥିଲେ।ସଭାରେ ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ, ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକଙ୍କ ସମେତ କାଉନସିଲର ହରପ୍ରିୟା ତ୍ରିପାଠୀ, ନାରାୟଣ ଡାକୁଆ, ବିଭୂତି ଭୂଷଣ ଲହରିଆ, ଶଶୀ କୁମାର ଦିଗାଳ, ପଦ୍ମାଳୟା ନାୟକ, ରୀନା କୁମାରୀ ପଣ୍ଡା ଓ ଗୀତା ମଳିକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଏନଏସି କର୍ମଚାରୀ କମ୍ବୁପାଣି ପାଣିଗ୍ରାହୀ,

ବାଇଧର ମଳିକଙ୍କ ସମେତ ସମସ୍ତ ସ୍ୱଚ୍ଛସାଥୀ ସହଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳର ସ୍ୱଚ୍ଛତା, ନାଗରିକ ସେବା ଓ ସହରର ବିକାଶକୁ ଆହୁରି ଗତିଶୀଳ କରିବା ନେଇ ଏହି ଦିବସରେ ସଂକଳ୍ପ ନିଆଯାଇଥିଲା। ଶେଷରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!