ଜାତୀୟ ସ୍ତରୀୟ ଖେଳାଳି ମାନଙ୍କ ସ୍ମୁତି ଅବସରରେ ସାଇକେଲ ଶୋଭାଯାତ୍ରା

ଚନ୍ଦ୍ରପୁର, ୩୦/୮/୨୬ {କୈଳାସ ମାଳବିଶୋଇ } ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ପୋଲିସ ଆଇଆଇସି ଶ୍ରୀ ହିମାଂଶୁ ଶେଖର ବାରିକ ଙ୍କ ନେତୃତ୍ବରେ ଜାତୀୟ ସ୍ତରୀୟ ଖେଳାଳି ମାନଙ୍କ ସ୍ମୁତି ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ଚନ୍ଦ୍ରପୁର ପୋଲିସ ଓ ଗ୍ରାମର ଯୁବକ ଓ ଯୁବତୀଙ୍କ ମିଳିତ ଆନୁକୁଲ୍ୟରେ ଚନ୍ଦ୍ରପୁର ଥାନା ଠାରୁ ସାଇକେଲ ଶୋଭାଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ପ୍ରାୟ ୨ ରୁ ୩ କିଲୋ ମିଟର ଯାଇ ଲୋକକୁ ଖେଳାଳି ମାନଙ୍କ ସ୍ମୁତି ଉଦେଶ୍ୟରେ ଅଭିଭାଷଣ ରଖିଥିଲେ l ଏଥିରେ ଚନ୍ଦ୍ରପୁର ଥାନା ଏସ ଆଇ, ନରସିଂହ ସାହୁ, ହରେକୃଷ୍ଣ ମୁଣ୍ଡାରୀ, ବାବୁଲା ପ୍ରଧାନ, କନେଷ୍ଟବଳ ରଜନୀ କାନ୍ତ ମିଶ୍ର, ଶିବ ମାଣ୍ଡାଙ୍ଗି, ବାବୁଲା ବେହେରା, ମଙ୍ଗରାଜୁ ବିଡ଼ିକା, ବିକାଶ ସାହୁ ଟୁନା ଶବର, ରବି ମୁଟୁକା, ଜକ୍ଷ ଡିଣ୍ଡୁଙ୍ଗା, ପୁରସ୍ତମ ବ୍ରେଡେକା, ବଳରାମ କାଡ୍ରାକା, ଝାଡୁ ଗମାଙ୍ଗ, ହୋମଗାର୍ଡ ସୀତାଂଶୁ ପରିଛା, ସବିତା ବେରଦଳେଇ ଓ ଗ୍ରାମର ଯୁବକ ଯୁବତୀ ପ୍ରମୁଖ ସାଇକେଲ ଶୋଭାଯାତ୍ରା ରେ ଭାଗ ନେଇ ଥିଲେ l

ଜାତୀୟ ସ୍ତରୀୟ ଖେଳାଳି ମାନଙ୍କ ସ୍ମୁତି ଅବସରରେ ସାଇକେଲ ଶୋଭାଯାତ୍ରା
advertisement
Smart Computer Ad
You might also like
error: Content is protected !!