ଦେବୀପୁରରେ ପାଣି ପାଇଁ ହାହାକାର

ଗଞ୍ଜାମ,(ଜଗନାଥ ନାୟକ):-

ମାସ ମାସ ଧରି ଅଚଳ ନଳକୂପ, ପ୍ରଶାସନ ନିରବ; ଅପରିଷ୍କାର ପୋଖରୀ ପାଣି ପିଉଛନ୍ତି ଗ୍ରାମବାସୀଚିକିଟି ଗଞ୍ଜାମ ଚାନ୍ଧ ପୁରୁ ପଞ୍ଚାୟତ ଦେବୀପୁର: ଦେବୀପୁର ଗ୍ରାମରେ ଏବେ ପିଇବା ପାଣିକୁ ନେଇ ଦେଖାଦେଇଛି ଘୋର ସମସ୍ୟା। ଦୀର୍ଘ ମାସ ଧରି ଗ୍ରାମର ନଳକୂପ ଅଚଳ ହୋଇ ପଡ଼ିଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ହାହାକାର କରୁଛନ୍ତି।ପାଣିର କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅନେକ ଗ୍ରାମବାସୀ ବାଧ୍ୟ ହୋଇ ଅପରିଷ୍କାର ପୋଖରୀର ପାଣି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହା ଫଳରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଚିନ୍ତା ବଢ଼ିଛି।ଏନେଇ ସମ୍ପୃକ୍ତ ପ୍ରଶାସନ ଓ ବିଭାଗକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଅଚଳ ନଳକୂପ ମରାମତି କରି ସୁରକ୍ଷିତ ପିଇବା ପାଣି ଯୋଗାଣର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନ୍ୟୁଜ ନର୍ଭ ଜଗନ୍ନାଥ ନାୟକ

Smart Computer Ad
You might also like
error: Content is protected !!