ଚିକିଟି,(ଜଗନ୍ନାଥ ନାୟକ):-
ବିଭିନ୍ନ ଆଶ୍ରୟସ୍ଥଳୀର ସ୍ଥିତି ପରଖିଲେ ଜିଲ୍ଲାପାଳଚିକିଟି, ଗଞ୍ଜାମ ଜଗନ୍ନାଥ ନାୟକ ଚିକିଟି ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଚିକିଟି ଅଞ୍ଚଳରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ଲୋକଙ୍କ ଧନଜୀବନର ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ତ୍ୱରିତ ସହାୟତା ପ୍ରଦାନ ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାପାଳ ଡ. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଦଳ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି।ଏହି ଦଳରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଚିକିଟି ତହସିଲଦାର ଓ ବିଡିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ। ଅଧିକାରୀମାନେ ବିଭିନ୍ନ ପଞ୍ଚାୟତରେ ଥିବା ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପ୍ରସ୍ତୁତିର ସମୀକ୍ଷା କରିଥିଲେ।ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିପଦ ସମୟରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା।ଆବଶ୍ୟକ ପଡ଼ିଲେ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ଅଧିକାରୀମାନଙ୍କୁ ସଜାଗ ରହିବାକୁ କୁହାଯାଇଥିଲା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି।
