ବାଲିଗୁଡ଼ା : ୨୪/୦୮:ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ସଭାଗୃହଠାରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି

ଅବସରରେ ସ୍ୱର୍ଗତ ମାଝୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶୁକାନ୍ତ ପାଣିଗ୍ରାହୀ ଯୋଗଦେଇଥିବା

ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଳିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ, ଭଗବାନ ମହାନ୍ତି, କଲ୍ୟାଣ

ଆଶ୍ରମର ଉପସଭାପତି ପବିତ୍ର କହନାବାସୀ, ଲୋକନାଥ ମାଝୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ଘୁ.ଉଦୟଗିରିର ପୂର୍ବତନ ବିଧାୟିକା ଅଜୟକ୍ତି ପ୍ରଧାନ, ସନ୍ଥ ଜଗଦାନନ୍ଦ ଓ ଅଚ୍ୟୁତ

ବାବା ପ୍ରମୁଖ ମଞ୍ଚାସୀନ ଥିଲେ।ଅତିଥିମାନେ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ଦୁଇଥର ବିଧାୟକ ଥିବା ସମୟରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କରିଥିବା ବିଭିନ୍ନ

କାର୍ଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ତାଙ୍କର ଜନସେବା, ସରଳତା ଓ ଅଞ୍ଚଳ ପ୍ରତି ଅବଦାନକୁ ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ।କାର୍ଯ୍ୟକ୍ରମକୁ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର

କୁଦେଇ ସଂଯୋଜନା କରିଥିଲେ। ଏଥିରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ଜନସାଧାରଣଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ସ୍ୱର୍ଗତ ମାଝୀଙ୍କ ପ୍ରତି

ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଶେଷରେ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ସୁପୁତ୍ର ଇଂ. ଚିରଞ୍ଜୀବୀ ମାଝୀ ଉପସ୍ଥିତ ସମସ୍ତ ଅତିଥି, ଜନସାଧାରଣ ଓ ସଂଗଠନର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

