ବଳଦେବ ସେନା ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ
କେନ୍ଦ୍ରାପଡ଼ା : ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ନିକଟରେ ବଳଦେବ ସେନା ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବଳଦେବ ସେନାର କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ। ସେନାର ସଭାପତି ଶ୍ରୀଯୁକ୍ତ ପପୁନ କୁମାର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସମସ୍ତଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
ଏହି ଅବସରରେ ଭାରତର ମହାନ ବୀର ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ, ବଳିଦାନ ଓ ଦେଶପ୍ରେମର ଗାଥା ସ୍ମରଣ କରାଯାଇଥିଲା। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ମହାନ ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ସୁଆର, ମନୋଜ କୁମାର ନନ୍ଦ, ଜ୍ୟୋତି ରଞ୍ଜନ ପତ୍ରୀ, ସାରଦା ପ୍ରସନ୍ନ ରାଉତରାୟ, ଆଶିଷ ପ୍ରଧାନ, ହିମାଂଶୁ ରାଉତ, ଆଶୁତୋଷ ପଣ୍ଡା,ବିକାଶ ବେହେରା, ଖଗେଶ୍ୱର ବେହେରା, ଗିରିଜା ଶଙ୍କର ସାହୁ, ପ୍ରକାଶ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।
ଜୟ ହିନ୍ଦ୍ |
ବନ୍ଦେ ମାତରମ୍
advertisement

