ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

ବାଲିଗୁଡ଼ା, ୧୨/୮: ସୁକାନ୍ତ କୁମାର ତ୍ରିପାଠୀ

ସ୍ୱାଧୀନତା ଦିବସ-୨୦୨୬ ଅବସରରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ୧୩୬ ବାଟାଲିଅନ୍‌ର ‘ବି’ କମ୍ପାନୀ ପକ୍ଷରୁ ‘ବନ୍ଦେ ମାତରମ୍’ ଥିମ୍‌ରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଛି। କମ୍ପାନୀ କମାଣ୍ଡର ଶ୍ରୀ ନିର୍ମଳଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ମିଗୁନପଦର ଓ ସାଡିଙ୍ଗିଆ ସ୍ଥିତ କୋବ୍‌ରୁ ଏହି ରାଲି ବାହାରିଥିଲା।ବୁଧବାର ସକାଳ ୧୦ଟା ୧୫ରୁ ଦିନ ୧୨ଟା ୧୫ ପର୍ଯ୍ୟନ୍ତ ଚାଲିଥିବା ଏହି ରାଲି ମିଗୁନପଦର, ବୁଡ଼ିଗୁଡ଼ା, ବାଇଦିପଦର, ସୁର୍ଖାପଙ୍ଗା, ସମରନ୍ଧା, ଦାମନପଦର, ସିଙ୍ଗାବାଲି, କୋଟାପଙ୍ଗା, ସାଡିଙ୍ଗିଆ ହାଟପଦର, ରେବିଲାଡ଼ା, ଗାଡ଼ରପଦର ଆଦି ବିଭିନ୍ନ ଗ୍ରାମ ଦେଇ ଯାଇ ପୁଣି ମିଗୁନପଦର

ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲିସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲିସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲିସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲିସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

କୋବ୍‌କୁ ଫେରିଥିଲା।ରାଲିରେ ବିଏସଏଫ୍‌ର ଜଣେ ଅଧିକାରୀ, ୫ ଜଣ ଏସ୍‌ଓଏସ୍‌ ଏବଂ ୨୨ ଜଣ ଅନ୍ୟ ପଦାଧିକାରୀଙ୍କ ସମେତ ମୋଟ ୨୮ ଜଣ ଯବାନ ଅଂଶଗ୍ରହଣ କରିଥିଲେ। ଏଥିସହ ୩୦ ଜଣ ସ୍ଥାନୀୟ ନାଗରିକ ମଧ୍ୟ ରାଲିରେ ସାମିଲ ହୋଇଥିଲେ।ରାଲି ସମୟରେ ଯବାନମାନଙ୍କ ମଧ୍ୟରେ ଉଚ୍ଚ ମନୋବଳ ଓ ଦେଶପ୍ରେମର ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମଧ୍ୟ ବିଏସଏଫ୍ ଯବାନମାନଙ୍କୁ ଉତ୍ସାହଜନକ ଓ ସକାରାତ୍ମକ ସ୍ୱାଗତ ମିଳିଥିଲା। ରାଲିଟି ସୁରକ୍ଷିତ ଭାବେ ସମାପ୍ତ ହେବା ସହ ଯବାନ ଓ ଗ୍ରାମବାସୀଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।

Smart Computer Ad
You might also like
error: Content is protected !!