ବାଲିଗୁଡ଼ାରେ ଦ୍ୱିତୀୟ ସୋମବାର: ବିଭିନ୍ନ ଶୈବପୀଠରେ କାଉଁରିଆଙ୍କ ଭିଡ଼

ବାଲିଗୁଡ଼ା, ୧୦/୮: ସୁକାନ୍ତ କୁମାର ତ୍ରିପାଠୀ:

ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶୈବପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭୋରୁ ଭୋରୁ ଶତାଧିକ କାଉଁରିଆ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ସଂଗ୍ରହ କରି ଶିବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।କାଉଁରିଆମାନେ ଶ୍ରଦ୍ଧା ଓ ଭକ୍ତିର ସହ ମୁଣ୍ଡରେ କାଉଁର ଧରି ଶିବଙ୍କ ନାମ ଜପ କରି ବିଭିନ୍ନ ଶୈବପୀଠରେ ପହଞ୍ଚିଥିଲେ। ସେଠାରେ ପ୍ରଭୁ ଶିବଙ୍କ ଉପରେ ପବିତ୍ର ଜଳ ଢାଳି ଜଳାଭିଷେକ କରିବା ସହ ବେଲପତ୍ର, ଫୁଲ ଓ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରିଥିଲେ।ସକାଳୁ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ‘ହର ହର ମହାଦେବ’ ଓ ‘ବୋଲ ବମ୍’ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା। ଶ୍ରାବଣ ସୋମବାରରେ ଶିବଙ୍କ ଜଳାଭିଷେକ କଲେ ମନୋବାଞ୍ଛା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ରହିଥିବା ବିଶ୍ୱାସ ଯୋଗୁଁ ଏହି ଦିନ ବହୁ ସଂଖ୍ୟାରେ ଭକ୍ତ ଶୈବପୀଠଗୁଡ଼ିକରେ ସମାଗମ ହୋଇଥିଲେ।

ବାଲିଗୁଡ଼ାରେ ଦ୍ୱିତୀୟ ସୋମବାର: ବିଭିନ୍ନ ଶୈବପୀଠରେ କାଉଁରିଆଙ୍କ ଭିଡ଼

advertisement

You might also like
error: Content is protected !!