ମୃତ୍ୟୁ ମୁହଁରୁ ଫେରିଲା ଷଣ୍ଢ ଦେବଦୂତ ସାଜିଲେ ପ୍ରାଣୀ ମିତ୍ର ଗୌରାଙ୍ଗ ପ୍ରଧାନ

ଚିକିଟି,(ଜଗନ୍ନାଥ ନାୟକ):-

“ଜୀବନ କେବଳ ମଣିଷର ନୁହେଁ, ପ୍ରତ୍ୟେକ ନିରୀହ ପ୍ରାଣୀର ମଧ୍ୟ ସମାନ ମୂଲ୍ୟବାନ”—ଏହି ମହାନ ବାର୍ତ୍ତାକୁ ପୁଣିଥରେ ସାର୍ଥକ କରିଛି ଚିକିଟି ବ୍ଲକର ବଡ଼ କେଳାଝୁରି ଗ୍ରାମର ଏକ ଘଟଣା। ସମୟୋପଯୋଗୀ ପଦକ୍ଷେପ, ମାନବିକତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଏକ ରକ୍ତାକ୍ତ ଷଣ୍ଢ ମୃତ୍ୟୁ ମୁହଁରୁ ଫେରି ନୂଆ ଜୀବନ ପାଇଛି।ସାମ୍ବାଦିକଙ୍କ ନଜରକୁ ଆସିଲା ରକ୍ତାକ୍ତ ଷଣ୍ଢଗ୍ରାମ ମଧ୍ୟରେ ବୁଲୁଥିବା ଏକ ଷଣ୍ଢର ପାଟିରୁ ଅବିରତ ରକ୍ତସ୍ରାବ ହେଉଥିବା ଦୃଶ୍ୟ କିଛି ସ୍ଥାନୀୟ ସାମ୍ବାଦିକଙ୍କ ନଜରକୁ ଆସିଥିଲା। ପ୍ରାଣୀଟିର ଅବସ୍ଥା ଗୁରୁତର ଥିବା ଦେଖି ସେମାନେ ବିଳମ୍ବ ନକରି ନୂଆପଡ଼ା ପ୍ରାଣୀ ଚିକିତ୍ସା ବିଭାଗକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ।ପ୍ରାଣୀ ମିତ୍ରଙ୍କ ତ୍ୱରିତ ପଦକ୍ଷେପରେ ବଞ୍ଚିଲା ଜୀବନପ୍ରାଣୀ ଚିକିତ୍ସକ ଡା. ସୌମିକ ସ୍ୱାଇଁଙ୍କ ପରାମର୍ଶକ୍ରମେ ପ୍ରାଣୀ ମିତ୍ର ଗୌରାଙ୍ଗ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢଟିର ପ୍ରାଥମିକ ଚିକିତ୍ସା କରିବା ସହ ରକ୍ତସ୍ରାବକୁ ନିୟନ୍ତ୍ରଣ କରିଥିଲେ। ତାଙ୍କର ତତ୍ପରତା ଓ କର୍ତ୍ତବ୍ୟନିଷ୍ଠା ଫଳରେ ଷଣ୍ଢଟି ମୃତ୍ୟୁ ମୁହଁରୁ ଫେରି ଜୀବନଦାନ ପାଇଥିଲା।ସବୁଠି ପ୍ରଶଂସାର ସୁଅଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମାନବିକତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ପାଲଟିଛି। ଗ୍ରାମବାସୀମାନେ ପ୍ରାଣୀ ମିତ୍ର ଗୌରାଙ୍ଗ ପ୍ରଧାନ, ପ୍ରାଣୀ ଚିକିତ୍ସକ ଡା. ସୌମିକ ସ୍ୱାଇଁ ଏବଂ ସମୟୋପଯୋଗୀ ସୂଚନା ଦେଇଥିବା ସମସ୍ତ ସାମ୍ବାଦିକଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି।’ମାନବିକତା ହିଁ ସର୍ବୋତ୍ତମ ପରିଚୟ’ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ନିରୀହ ପ୍ରାଣୀଙ୍କ ପ୍ରତି ଦୟା, ସହାନୁଭୂତି ଓ ସେବାଭାବ ହିଁ ପ୍ରକୃତ ମାନବିକତାର ପରିଚୟ। ସମାଜର ପ୍ରତ୍ୟେକ ବ୍ୟକ୍ତି ଏଭଳି ସଚେତନତା ଓ ସହଯୋଗର ମନୋଭାବ ରଖିଲେ ଅନେକ ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା ପାଇପାରିବ।

You might also like
error: Content is protected !!