ଚିକିଟି,(ଜଗନ୍ନାଥ ନାୟକ):-
ଗଞ୍ଜାମ ଚିକିଟି ଅବକାରୀ ବିଭାଗ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଚଢ଼ାଉରେ ବେଆଇନ ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ବଡ଼ ସଫଳତା ମିଳିଛି। ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୭୧.୧୪ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ମଦ, ପୋଚ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ସ୍ଥଳରେ ନଷ୍ଟ କରିଛନ୍ତି।ଏହି ଅଭିଯାନରେ ବହୁ ପରିମାଣର ପୋଚ, ଭାଟି, ଡ୍ରମ୍ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଧ୍ୱଂସ କରାଯାଇଥିଲା। ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଚଢ଼ାଉ ସଫଳତାର ସହ ସମ୍ପନ୍ନ ହୋଇଥିଲା। ବେଆଇନ ମଦ କାରବାରକୁ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।— ଜଗନ୍ନାଥ ନାୟକ, ନ୍ଯୂଜ ନିର୍ଭ ଚିକିଟି, ଗଞ୍ଜାମ