ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

ବାଲିଗୁଡା, ୨୪/୦୭: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ବାହୁଡା଼ଯାତ୍ରା ବିପୁଳ ଉତ୍ସାହ, ଉଦ୍ଦୀପନା ଓ ଭକ୍ତିମୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ସାମାନ୍ୟ ଶୁଖିଲା ପାଗ ମଧ୍ୟରେ ବାଲିଗୁଡା ସହ ଆଖପାଖ

ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

ଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଥିଲେ।ପ୍ରଭାତରେ ମନ୍ଦିରର ଦ୍ୱାର ଫିଟା ପରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଓ ସକାଳ ଧୂପ ନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ତିନି ରଥ ନିକଟକୁ ଆଜ୍ଞାମାଳ ବିଜେ କରାଯାଇଥିଲା। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ

ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଆଜ୍ଞାମାଳ ବିଜେ ହେବା ପରେ ରଥରେ ଦଉଡି ସଂଯୋଗ କରାଯାଇଥିଲା।ଅନ୍ୟପକ୍ଷରେ ତିନି ରଥରେ ଶ୍ରୀବିଗ୍ରହଙ୍କ ପହଣ୍ଡି ସମ୍ପନ୍ନ ହେବା ପରେ ସ୍ଥାନୀୟ ଏସଡିପିଓ ଶୁଭମ ଭୋସଲେ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ

ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

କରିଥିଲେ। ଏହାପରେ ରଥଟଣା ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସମଗ୍ର ରଥଦାଣ୍ଡ ଭକ୍ତଙ୍କ ଜନସମୁଦ୍ରରେ ପରିଣତ ହୋଇଥିଲା। “ଜୟ ଜଗନ୍ନାଥ”, “ହରିବୋଲ” ଓ “ଜୟ ମା ସୁଭଦ୍ରା” ଧ୍ୱନି ସହ ଘଣ୍ଟ, ଘଣ୍ଟା ଓ ମୃଦଙ୍ଗର ତାଳରେ ସମଗ୍ର ପରିବେଶ ଭକ୍ତିମୟ

ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

ହୋଇଉଠିଥିଲା।ଜନ୍ମବେଦୀରେ ଲୀଳାଖେଳ ସମାପ୍ତ କରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ବାହୁଡା଼ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ସୁଦ୍ଧା

ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

ତିନୋଟି ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲା।ଏହି ପବିତ୍ର ବାହୁଡା଼ଯାତ୍ରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ବହନ କରୁଥିବା ବେଳେ ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତକୁ ଶ୍ରଦ୍ଧାଳୁମାନେ ସ୍ମରଣୀୟ ଭାବେ ଉପଭୋଗ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ସମସ୍ତ ସଦସ୍ୟ, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ ଓ ସ୍ୱେଚ୍ଛାସେବୀମାନେ ରଥଯାତ୍ରାର ସୁପରିଚାଳନାରେ

ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

ବାଲିଗୁଡାରେ ଭକ୍ତି ଓ ଉଲ୍ଲାସର ସହ ବାହୁଡା଼ଯାତ୍ରା ପାଳିତ

ସହଯୋଗ କରିଥିଲେ।

You might also like
error: Content is protected !!