ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ମୋରମ ଚୋରା ଚାଲାଣ ଉପରେ ପୋଲିସ ଏବଂ ମାଇନଂ ବିଭାଗର ଚଢ଼ାଉଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ରେ ଥିବା ବେଆଇନ ମୋରମ ଖଣି ରେ ଭୁବନେଶ୍ଵର ଖଣି ବିଭାଗ ର ଚଢ଼ାଉ।ଚଢ଼ାଉ ବେଳେ ମୋରମ ଖନନ କରୁଥିବା ଜେସିବି ସହିତ ଦୁଇଟି ହାଇବାକୁ ଜବତ କରିଛି ଖଣି ବିଭାଗ। ଜଟଣୀ ଆଖ ପାଖରେ ବେଆଇନ ମୋରମ ଏବଂ ମାଙ୍କଡା ପଥର ଦୀର୍ଘ ବର୍ଷ ହେବ ଖାନନ ହେଉଛି। ସରକାରଙ୍କ ଜଙ୍ଗଲ ଜମି ଏବଂ ଗ୍ରାମ ଗୋଚର ସମ୍ପତିକୁ ଲୁଟ ରୁ ରକ୍ଷା କରିବା ପରିବର୍ତ୍ତେ ଖଣି ମାଫିଆଙ୍କ ସହିତ ସ୍ଥାନୀୟ ପ୍ରଶାସନ ର ମାଧୁଚନ୍ଦ୍ରିକା ପାଇଁ ଜଟଣୀ ଆଖ ପାଖରେ ଆଉ ସମତଳ ଭୁମି କି ଜଙ୍ଗଲ ନାହିଁ। ଯାହାଦ୍ୱରା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକ।ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ପ୍ରଶାସନ ର କୌଣସି କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।