ବାଲିଗୁଡା, ୨୩/୦୭: ବାଲିଗୁଡାସ୍ଥିତ ଗୁଣ୍ଡିଚା ମନ୍ଦିରରେ ପବିତ୍ର କାଞ୍ଚି ଅଭିଯାନ ଅବସରରେ ଭକ୍ତିମୟ ପରିବେଶ ମଧ୍ୟରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଚାଲିଛି।ଆଜି ହେଉଛି ଠାକୁର ଙ୍କ କାଞ୍ଛି ଅଭିଯନ ଆଡ଼ପ ମଣ୍ଡପରେ ରେ ଶେଷ ଦର୍ଶନ ପାଇବେ ପ୍ରତିଦିନ ପରି ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କର ନିତ୍ୟ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି ସମୟରେ ବହୁ ସଂଖ୍ୟାରେ ଭକ୍ତମାନେ ଠାକୁରଙ୍କ ଦର୍ଶନ କରୁଛନ୍ତି।ରଥଯାତ୍ରାର ପରଦିନଠାରୁ ଗୁଣ୍ଡିଚା ମନ୍ଦିର ପରିସରରେ ବିଶିଷ୍ଟ ପ୍ରବଚକ ବାବାଜୀ ଦାଶିବାମନ ଦାସଙ୍କ ଦ୍ୱାରା ଧାର୍ମିକ ପ୍ରବଚନ ଅନୁଷ୍ଠିତ ହେଉଛି। ପ୍ରବଚନ ଶୁଣିବା ପାଇଁ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି।ଏଥିସହ ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ମିଠା, ପ୍ରସାଦ ଓ ପୂଜା ସାମଗ୍ରୀର ଦୋକାନ ଲାଗିଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି।ସମଗ୍ର କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ମୁଖ୍ୟ ଭଗବାନ ପଣ୍ଡାଙ୍କ ନେତୃତ୍ୱରେ ସତ୍ୟନାରାୟଣ ପଣ୍ଡା, ସୁରେଶ ମହାନ୍ତି ଓ ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ ସୁଚାରୁରୂପେ ପରିଚାଳନା କରୁଛନ୍ତି। ଭକ୍ତମାନଙ୍କ ସୁବିଧା ଓ ଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ
