ବାଲିଗୁଡ଼ା, ୨୩/୦୭: ବାଲିଗୁଡ଼ାସ୍ଥିତ ଡିସିବି ବ୍ୟାଙ୍କ ଶାଖା ପରିସରରେ ଗୁରୁବାର ବ୍ୟାଙ୍କିଙ୍ଗ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୧୭ ଜଣ ଗ୍ରାହକ ଯୋଗଦେଇ ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ଓ ଋଣ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ।କାର୍ଯ୍ୟକ୍ରମରେ ଶାଖା ପରିଚାଳକ ଅରୁଣ ପ୍ରସାଦ ସାହୁ, ଅପରେସନ୍ ହେଡ୍ ନାରାୟଣ ସାହୁ, ସୌମ୍ୟ ରଞ୍ଜନ ପାତ୍ର ଏବଂ ସଞ୍ଜୀବ କୁମାର ସାହୁ ଉପସ୍ଥିତ ରହି ଗ୍ରାହକମାନଙ୍କୁ ବ୍ୟାଙ୍କର ବିଭିନ୍ନ ଯୋଜନା ଓ ସୁବିଧା ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ଟ୍ରାକ୍ଟର ଋଣ, ଗୃହ ଋଣ, ବ୍ୟବସାୟିକ ଋଣ, ସ୍ୱର୍ଣ୍ଣ ଋଣ, ଡିସିବି ସ୍ପେଶାଲ୍ ସେଭିଂସ୍ ଆକାଉଣ୍ଟ, ଡିସିବି ସ୍ପେଶାଲ୍ କରେଣ୍ଟ

ଆକାଉଣ୍ଟ, ଡିସିବି ବିଜନେସ୍ ସେଭର୍ କରେଣ୍ଟ ଆକାଉଣ୍ଟ ଏବଂ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଗ୍ରାହକମାନେ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବ୍ୟାଙ୍କ କର୍ମକର୍ତ୍ତାମାନେ ସେମାନଙ୍କର ସମସ୍ତ ପ୍ରଶ୍ନର ସରଳ ଓ ସ୍ପଷ୍ଟ ଉତ୍ତର ପ୍ରଦାନ କରିଥିଲେ। ଡିସିବି ବ୍ୟାଙ୍କ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶାଖା ପରିଚାଳକ ଅରୁଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।
ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ
